ଗୋ ମାଫିଆଙ୍କ ଘରେ ରେଡ

ଭଦ୍ରକରେ ବେଆଇନ ଗୋ ମାଫିଆ ସେକ ତାଜୁଦ୍ଦିନ ଓରଫ ରାଜନଙ୍କ ଘରେ କେନ୍ଦୁଝର ପୋଲିସର ଚଢ଼ାଉ | ପୋଲିସ ହାତରେ ପୁଳା ପୁଳା ନଗଦ ଟଙ୍କା ସହିତ ବହୁ ସୁନା ଗହଣା ହାତରେ ଲାଗିଛି। ବିଳମ୍ବିତ ରାତ୍ରିରୁ ଭଦ୍ରକ ପୋଲିସ ସହାୟତାରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ନଗଦ ୫୦ ଲକ୍ଷ ଟଙ୍କା ଗଣା ସରିଥିବା ଚଢ଼ାଓ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ନଗଦ ଟଙ୍କାର ପରିମାଣ ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି। ନଗଦ ଟଙ୍କା ସମେତ ବହୁ ସୁନା ରୁପା ଓ଼ ସମ୍ପତ୍ତି ମଧ୍ୟ ପୋଲିସ ଜବତ କରିଛି। ଏହାଛଡା ଦୁଇଟି ସ୍କର୍ପିଓ ଗାଡିକୁ ମଧ୍ୟ ଯାଞ୍ଚ କରାଯାଇଛି। ବେଆଇନ ଗୋଚାଲାଣକୁ ନେଇ ରାଜନ ନାମରେ କେନ୍ଦୁଝରଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ରାଜନଙ୍କ ଘର ରେଡ ପରେ ବାଇପାସ ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ଓ଼ ଏକ ନର୍ସିଙ୍ଗ କଲେଜରେ ମଧ୍ୟ ରେଡ କରାଯିବ ବୋଲି କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *