vigilance raid

  • ଭିଜିଲାନ୍ସ ଜାଲରେ ସାଳନ୍ଦୀ ଅଧିକ୍ଷଣ ଯନ୍ତ୍ରୀ

    ଭଦ୍ରକ:  ଭିଜିଲାନ୍ସ ଜାଲରେ ଭଦ୍ରକ ସାଳନ୍ଦୀ ଜଳ ସେଚନ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିବା ସୂଚନା ମିଳିଛି ।

    ସୂଚନା ଅନୁଯାୟୀ ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ଆବାସ ବାହାରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଛି ।  ୫ ଲକ୍ଷ ଟଙ୍କା ନେଉଥିବା ସୂଚନା ମିଳିଥିବା ବେଳେ କେଉଁ କାରଣ ଓ କାହା ନିକଟରୁ ଟଙ୍କା ନେଉଥିଲେ ସେ ନେଇ ଭିଜିଲାନ୍ସ ସ୍ପଷ୍ଠ ସୂଚନା ଦେଇ ନାହିଁ । ତେବେ ବାଲେଶ୍ୱର ଭିଜିଲାନ୍ସ ଟିମ ରେଡ଼ କରିଥିବା ସୂଚନା ମିଳିଛି ।

    ତାଙ୍କ ସରକାରୀ ଆବାସ ଉପରେ ରେଡ ହୋଇଛି। ଭିଜିଲାନ୍ସ ଅଧିକାରୀ ସରକାରୀ ଆବାସରେ ଟଙ୍କା ଗଣତିରେ ଲାଗିଛନ୍ତି। ତେବେ ଖାଲି ଭଦ୍ରକ ସ୍ଥିତ ସରକାରୀ ଆବାସ ନୁହେଁ, ବାଇପାସ ସ୍ଥିତ କାର୍ଯ୍ୟାଳୟ, ଶ୍ୱଶୁର ଘର ଓ ଖଇରା ସ୍ଥିତ ଘରେ ମଧ୍ୟ ରେଡ଼ ହେଉଥିବା ସୂଚନା ମିଳିଛି ।

  • ନଗଦ ୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ଫରେଷ୍ଟର

    ଲାଞ୍ଜିଗଡ:  ଭିଜିଲାନ୍ସ ଜାଲରେ ଫରେଷ୍ଟର। ଭବାନୀପାଟଣା ସଗଡା଼ ବନବିଭାଗ ଫରେଷ୍ଟର ଲକ୍ଷାଧିକ ଟଙ୍କା ସାଙ୍ଗରେ ନେଇ ଯାଉଥିବା ବେଳେ ମାଡିବସିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ଟଙ୍କା ସହ ଧରାପଡିଛନ୍ତି।

    ଭବାନୀପାଟଣା ସଗଡା଼ ବନବିଭାଗ ଫରେଷ୍ଟର ନିଜ ଗାଁକୁ ଯାଉଥିଲେ। ଭବାନୀପାଟଣା ଇରିଗେଶନ ଛକଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଏକାକାଳୀନ ତାଙ୍କୁ ଘେରି ଯାଇଥିଲେ। ତାଙ୍କ ଯାଞ୍ଚ କାଳରେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ଟଙ୍କା ମିଳିଥିଲା। ଏହା ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ପଚରା ଉଚରା କରୁଛି ଟିମ। ଏତେ ଟଙ୍କା କେଉଁଠୁ ଆସିଲା, କାହାଠାରୁ ଆସିଲା, କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ନେଇ ଯାତ୍ରା କରୁଛନ୍ତି ତାକୁ ନେଇ ପଚରାଉଚରା ଚାଲିଥିବା ବେଳେ କିନ୍ତୁ ମାଝୀ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଏହା ପରେ ତାଙ୍କ ବାସଭବନ, ଅଫିସ, ଘର ଓ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ଭିଜିଲାନ୍ସ ଟିମ।

    ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ଲାଞ୍ଚ ଓ ଦୁର୍ନୀତି ନେଇ ବହୁ ଅଭିଯୋଗ ଥିବା ସୂଚନା ମିଳିଛି।

Back to top button