ବିଧାନସଭା ଆସୁନାହାନ୍ତି ବିଧାୟକ: ଲାଗୁ ହେବ ନୋ ଓ୍ୱାର୍କ- ନୋ ପେ!

ନୋ ଓ୍ୱାର୍କ- ନୋ ପେ। ଏହା ଏଣିକି ଲାଗୁ ହେବ ବିଧାୟକଙ୍କ ଉପରେ। ବିଧାନସଭା ଅଧିବେଶନରେ କିଛି ବିଧାୟକ ଗୋଟିଏ ଦିନ ବି ଉପସ୍ଥିତ ରହୁନାହାନ୍ତି। ହେଲେ ଦରମା ଡ୍ର କରିନେଉଛନ୍ତି। ଏଭଳି ଆଚରଣ କେତେଦୂର ଗ୍ରହଣୀୟ କହି ଏହା ଉପରେ ଅଂକୁଶ ଲଗାଇବା ଜରୁରୀ ବୋଲି ମତ ଦେଇଛନ୍ତି ତାମିଲନାଡୁ ବାଚସ୍ପତି ଆୟାନାପାଟ୍ରୁଡୁ। ଏଭଳି ବିଧାୟକ ସାଧାରଣ ଜନତାଙ୍କୁ କେତେଦୂର ସମ୍ମାନ କରନ୍ତି। ୟୁପିରେ ଆୟୋଜିତ ବାଚସ୍ପତି ସମ୍ମିଳନୀରେ ଏଭଳି ମତବ୍ୟକ୍ତ କରିଛନ୍ତି ଆୟାନାପାଟ୍ରୁଡୁ। ସେଥିଲାଗି ବିଧାୟକଙ୍କ ଉପରେ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବା ଜରୁରୀ। ଏବେ ପ୍ରଚଳିତ ଆଇନରେ କେଉଁଠି ବି ଏଭଳି ବିଧାୟକଙ୍କୁ ଜରିମାନାରେ ଦଣ୍ଡିତ କରିବାର ପ୍ରାବଧାନ ନାହିଁ। ସେଥିଲାଗି ନୋ ଓ୍ୱାର୍କ- ନୋ ପେ ଭଳି ସଂଶୋଧିତ ଆଇନ ଆଣିବା ଜରୁରୀ। ଏହା ସହ ଏଭଳି ଦାୟିତ୍ୱହୀନ ବିଧାୟକଙ୍କୁ ବି ଜନତାଙ୍କ ଆଗରେ ଜବାବଦେହୀ ଲାଗି ଆଇନ ଆସିବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *