ଆଇପିଏସ ଚାକିରୀ ଛାଡ଼ିଲେ ଅଭିଷେକ ତିଓ୍ୱାରୀ। ରାଷ୍ଟ୍ରପତି ପଦକ ବିଜେତା ତଥା ମଧ୍ୟପ୍ରଦେଶ କ୍ୟାଡ଼ର ଆଇପିଏସ ଅଭିଷେକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ସାଇବର ଜ୍ଞାନକୌଶଳରେ କିଛି ନୂଆ କରିବାକୁ ସେ ଯୋଜନା କରିଛନ୍ତି। ତେବେ ଅଭିଷେକଙ୍କ ଅଚାନକ ଏଭଳି ପଦକ୍ଷେପ ପ୍ରଶାସନିକ ମହଲରେ ହଡ଼କମ୍ପ ଖେଳାଇଛି। ୨୦୧୩ ବ୍ୟାଚର ଅଭିଷେକ ବେଶ୍ ଦକ୍ଷ ଅଫିସର ଭାବେ ଜଣାଶୁଣା। ଅପରାଧ ନିୟନ୍ତ୍ରଣରେ ତାଙ୍କର ନାଁ ଅଛି। ନିଜ କ୍ୟାରିଅରରେ ବାଲାଘାଟ, ସହଡୋଲ ଓ ରତଲାମ ଭଳି ସମ୍ୱେଦନଶୀଳ ଜିଲ୍ଲାରେ ଏସପି ଭାବେ କାମ କରିଛନ୍ତି। ସେ ଏବେ ଦିଲ୍ଲୀରେ ନାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ)ରେ କାର୍ଯ୍ୟରତ ଥିଲେ। ୧୯୮୪ରେ ସିଓ୍ୱାନୀରେ ଜନ୍ମିତ ଅଭିଷେକ ଆଇଆଇଏମ ଇନ୍ଦୋରରୁ ଅର୍ଥନୀତିରେ ପିଜି କରିଛନ୍ତି। ଆଇପିଏସ ପାଇବା ପୂର୍ବରୁ ଜବଲପୁରରୁ ଇଞ୍ଜିନିୟରିଂ ଡିଗ୍ରୀ କରିଥିଲେ। ବର୍ଷକ ପୂର୍ବରୁ ସାଗର ଏସପି ଥିଲା ବେଳେ ଅଭିଷେକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପଦରୁ ହଟାଇ ଦେଇଥିଲେ। ବର୍ଷା ପାଗରେ ଖରାପ ପାଗରୁ କାନ୍ଥ ଭୁଷୁଡ଼ିବାରୁ ୯ ପିଲାଙ୍କ ମୃତ୍ୟୁ ହୋଇଥିଲା। ଏ ଘଟଣାକୁ ନେଇ ଜିଲ୍ଲାପାଳ, ଏସପି ଓ ଉପଜିଲ୍ଲାପାଳଙ୍କୁ ପଦରୁ ହଟାଇଦେଇଥିଲେ ମୁଖ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now