ମୁମ୍ୱାଇର ନୂଆ ମେୟର ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ ରାଜନୀତିକ ଦଳର ରେଜିଷ୍ଟ୍ରେସନ ପ୍ରକ୍ରିୟା ଏବେ ବି ଅଧୁରା ରହିଛି। ବିଜେପି ଓ ଶିବସେନା ନିଜ ନିଜ ଗ୍ରୁପର ରେଜିଷ୍ଟ୍ରେସନ କରିନାହାନ୍ତି। ଜାନୁଆରୀ ୨୭ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିବ ବିଜେପି। ମେୟର ନିର୍ବାଚନ ଏବେ ଫେବୃଆରୀର ପ୍ରଥମ ସପ୍ତାହରେ କରିବାର ସମ୍ଭାବନା ରହିଛି। ସତ୍ତାଧାରୀ ଦଳ ନିଜର ପରିଷଦ ଓ ଗ୍ରୁପର ରେଜିଷ୍ଟ୍ରେସନ କରିନଥିବା ହେତୁ ଏହାକୁ ଘୁଞ୍ଚାଇବାକୁ ପଡୁଛି। ବିଏମିସରେ ମେୟର ପଦ ମହିଳାଙ୍କ ଲାଗି ସଂରକ୍ଷଣ ବୋଲି ଲଟେରୀରେ ବାହାରିବା ପରେ ଜାନୁଆରୀ ୩୧ରେ ନିର୍ବାଚନ ପାଇଁ ପ୍ରସ୍ତୁତ ଚାଲିଥିଲା। ଉଦ୍ଧବ ଠାକରେଙ୍କ ଶିବସେନା ଓ ରାଜ ଠାକରେଙ୍କ ନବନିର୍ମାଣ ସେନା( ଏମଏନଏଏସ) ଦୁଇ ଦଳର ୬୫ କର୍ପୋରେଟରଙ୍କ ଗ୍ରୁପର ରେଜିଷ୍ଟ୍ରେସନ ପ୍ରକ୍ରିୟା ସରିଛି। କିନ୍ତୁ ଏଯାଏ ସେମାନଙ୍କ ପ୍ରମାଣପତ୍ର ମହାନଗରପାଳିକା ସଚିବ ଦପ୍ତରରେ ଜମା ହୋଇପାରିନି। ଯେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ସମ୍ପନ୍ନ ହୋଇନି, ସେ ପର୍ଯ୍ୟନ୍ତ ମେୟନ ନିର୍ବାଚନ କରିବା ସମ୍ଭବପର ନୁହେଁ। ସିନ୍ଦେ ଶିବସେନ ଓ ବିଜେପି ଏକାଠି ରେଜିଷ୍ଟ୍ରେସନ କରିବେ ନା ଅଲଗା ଅଲଗା, ଏକଥାର ସ୍ପଷ୍ଟତା ଆସିନି। ବିଜେପି ୮୯ଟି ଆସନ ଜିତିଥିଲା ବେଳେ ଶିବସେନା ୨୯ ଆସନ ହାତେଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବିଦେଶ ଗସ୍ତରେ ଅଛି। ସେ ଆଜି ବିଳମ୍ୱିତ ରାତିରେ ମୁମ୍ୱାଇରେ ପହଞ୍ଚିବାର ସମ୍ଭାବନା ରହିଛି। ସେ ଆସିବା ପରେ ବିଏମସି ମେୟର ନିର୍ବାଚନ ଓ ସମ୍ୱନ୍ଧିତ ସତ୍ତାଧାରୀ ଦଳ ଭିତରେ ବୁଝାମଣା ପ୍ରକ୍ରିୟାରେ ବେଗ ଆସିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now