ଅଡୁଆରେ ଜନସେନା ପାର୍ଟି ବିଧାୟକ। ଜଣେ ମହିଳା ସରକାରୀ କର୍ମଚାରୀ ଦଳୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଆରଭ ଶ୍ରୀଧରଙ୍କ ବିରୁଦ୍ଧରେ ଯୌନ ବ୍ୟଭିଚାର, ଧମକ ଓ ଉତ୍ପୀଡ଼ନର ଆରୋପ ଲଦିଛନ୍ତି। ସଂପୃକ୍ତ ମହିଳା କର୍ମଚାରୀ ରେଲୱେରେ କାମ କରନ୍ତି। ଫେସବୁକରେ ଦେଢ଼ ବର୍ଷ ହେଲା ତାଙ୍କ ସମ୍ପର୍କରେ ଥିଲେ ବିଧାୟକ। ଆଉ ଧୀରେ ଧୀରେ ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବଢ଼ାଇଥିଲେ। ଭିଡ଼ିଓ ବୟାନରେ ମହିଳା ଜଣକ କହିଛନ୍ତି, ତାଙ୍କ ସହ ପରକୀୟାପ୍ରୀତି ରଖିବାକୁ ବାଧ୍ୟ କରିଥିଲେ। ଯଦି ନ ରହିବେ, ସେ ତାଙ୍କ ଜୀବନ ବରବାଦ କରିବାକୁ ଧମକ ଦେଉଥିଲେ। ଥରେ ବିଧାୟକ ତାଙ୍କ କାରରେ ନେଇଥିଲେ। ନିକାଞ୍ଚନ ଜାଗାକୁ ନେଇ ଯୌନ ନିର୍ଯାତନା ଦେଇଥିଲେ। କାହାକୁ କହିଲେ ସେ ମାରିବାକୁ ଧମକ ଦେଇଥିଲେ। ବହୁଥର ଶାରୀରିକ ନିର୍ଯାତନା ଦେଇଥିଲେ। ଏପରିକି ତାଙ୍କୁ ଗର୍ଭପାତ କରାଇଥିଲେ। ଗଲା ୧୮ ମାସ ଭିତରେ ଗର୍ଭପାତ କରାଇଥିଲେ। ବିଧାୟକ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ। ତାଙ୍କ ସ୍ୱାମୀକୁ ଛାଡ଼ପତ୍ର ଦେବାକୁ କହିଥିଲେ। ପରେ ସେ ଏହି ଦାୟିତ୍ୱରୁ ଓହରି ଯାଇଥିଲେ। ଏପରିକି ବିଧାୟକ ତାଙ୍କ ସ୍ୱାମୀକୁ ସିଧାସଳଖ କଣ୍ଟାକ୍ଟ କରିଥିଲେ। ଛାଡ଼ପତ୍ର ନଦେଲେ ସେ ତାଙ୍କର କ୍ଷତି କରିବେ ବୋଲି ଧମକ ଦେଇଥିଲେ। ଏଭଳି ବିବାଦରୁ ସେ ନିଜ ପରିବାରଠୁ ଦୂରେଇଗଲେ ଓ ତାଙ୍କ ସ୍ୱାମୀ ବି ପିଲାଙ୍କୁ ଛାଡ଼ି ଚାଲିଗଲେ। ସେଥିଲାଗି ୬ ମାସ ହେଲା ଏକୁଟିଆ ହୋଇଯାଇଛନ୍ତି। ଗଲା ୨୦ ଦିନ ହେଲା ବିଧାୟକ ବି ତାଙ୍କୁ ନଜରବନ୍ଦୀ କରି ନିରନ୍ତର ଧମକ ଦେବାରେ ଲାଗିଛନ୍ତି। ତେବେ ପୁଲିସ ଏ ସମ୍ପର୍କରେ ବିଧିବଦ୍ଧ ଏତଲା ହୋଇଛି କି ନାହିଁ, ସ୍ପଷ୍ଟ କରିନି। ତେବେ ଜନସେନା ମୁଖ୍ୟ ତଥା ଉପ-ମୁଖ୍ୟମନ୍ତ୍ରୀ ପଓ୍ୱନ କଲ୍ୟାଣ ଏ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ସେପଟେ ବିଧାୟକଙ୍କ ମାଆ ପ୍ରେସମିଟ୍ କରି ଏହି ଅଭିଯୋଗକୁ ଖାରଜ କରିଥିଲେ। ତାଙ୍କ ପୁଅକୁ ବ୍ଲାକମେଲିଂ କରୁଛନ୍ତି ମହିଳା। ଆଉ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିରୋଧୀ ୱାଇଏସଆରସିପିକୁ ବଡ଼ ମୁଦ୍ଦା ମିଳିଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now