ଆସନ୍ତା କାଲି ଅପରାହ୍ନରେ ପୁରୀ ଗସ୍ତରେ ଆସୁଛନ୍ତି | ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ପୋଲିସ ବ୍ରିଫିଂ ହୋଇଛି। ମହାମହିମଙ୍କ ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ଲୋକଭବନ,ଶ୍ୱେତଗଙ୍ଗା ପୁଷ୍କରିଣୀ ,ଶ୍ରୀମନ୍ଦିର ଭିତରେ ଓ ବାହାରେ ରହିବ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଛି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ,ଓଡ୍ରାଫ୍ ଟିମ୍ ମୁତୟନ କରାଯାଉଛି।ସହରରେ ରାତ୍ରିକାଳୀନ ନାକା ଓ ଚେର୍କିଂକୁ କଡାକଡି କରାଯାଇଛି।ରାଷ୍ଟ୍ରପତି ୪ ତାରିଖ ସକାଳ ୭ ଟାରେ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିଣ୍ଡଦାନ କରିବେ।ସକାଳ ୭.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।ରାଷ୍ଟ୍ରପତିଙ୍କ ଗସ୍ତ କାରକେଡ ସମସ୍ତ ରୁଟ୍ରେ ସାଧାରଣ ଯାତାୟାତ ବନ୍ଦ ରହିବ।ରୁଟ ଲାଇନ୍ ଏରିଆକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି।ପ୍ରତି ଜୋନ ଦାୟିତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ। ସାଧାରଣ ମଣିଷ ଯେଭଳି ଅସ୍ଥି ବିସର୍ଜନ ଓ ପିଣ୍ଡଦାନ କରିଥାଏ ସେହିପରି ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ପିଣ୍ଡଦାନ କାର୍ଯ୍ୟ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ପ୍ରସ୍ତୁତ ହୋଇଛି। ଶ୍ୱେତତଗଙ୍ଗା ପୁଷ୍କରିଣୀର ଚତୁଃ ପାର୍ଶ୍ଵରେ ରୁଫ ଟଫ୍ ସୁରକ୍ଷା ବ୍ୟବସ୍ଥା ରହିବ।କେବଳ ପିଣ୍ଡଦାନ ପାଇଁ ରାଷ୍ଟ୍ରପତି ଭବନରୁ ଅନୁମତି ପାଇଥିବା ୩ ଜଣଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ ଉପସ୍ଥିତ ରହିବେ ।ରାଷ୍ଟ୍ରପତି ଶ୍ୱେତତଗଙ୍ଗା ପୁଷ୍କରିଣୀକୁ ପିଣ୍ଡଦାନ କରିବାକୁ ଆସିବାର ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିରରୁ ବାଲିସାହି ଦେଉ ସ୍ଵର୍ଗଦ୍ଵାରକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ସିଲ ହେବ । ତେବେ ମ୍ୟାଡ଼ାମ ପ୍ରେସିଡେଣ୍ଟଙ୍କ ସ୍ୱାଗତ ପାଇଁ ପୁରୀ ସଜେଇ ହେବାସହ ସମ୍ପୂର୍ଣ ପ୍ରସ୍ତୁତ ହୋଇସାରିଛ।
Naxatra News is now on Whatsapp
Join and get latest news update delivered to you via whatsapp
Join Now