ଶପଥପାଠ କରି ପୁଣି ଜେଲକୁ ଫେରିଲେ ବାହୁବଳୀ ବିଧାୟକ- ନୀତିଶଙ୍କ ପାଦ ଛୁଇଁଲେ ଅନନ୍ତ

ଜେଲରେ ଥିବା ବିଧାୟକ ଅନନ୍ତ କୁମାର ସିଂ ଆଜି ବିହାର ବିଧାନସଭାରେ ବିଧାୟକ ପଦର ଶପଥ ପାଠ କରିଛନ୍ତି। ମୋକାମା ଆସନରୁ ଜେଡିୟୁ ଟିକଟରେ ଲଢ଼ି ନଭେମ୍ୱର ୨୦୨୫ରେ ୨୮ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତିଥିଲେ ଅନନ୍ତ। ତାଙ୍କୁ ଆଜି ବେଉର ସେଣ୍ଟ୍ରାଲ ଜେଲରୁ ଏସକର୍ଟ କରି ବିଧାନସଭା ଯାଏ ନିଆଯାଇଥିଲା। ପାଟନା ବିଧାନସଭାରେ ଶପଥ ନେବାକୁ କୋର୍ଟଙ୍କ ଅନୁମତିରେ ସେ ଆସିଥିଲେ। ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଆଉ ଶପଥ ଗ୍ରହଣ ପରେ ସେ ପୁଣି ଜେଲକୁ ଫେରିଥିଲେ। ମର୍ଡର ଚାର୍ଜରେ ସେ ଜେଲ୍ ଯାଇଛନ୍ତି। ୫ଥରର ବିଧାୟକ ଅଟନ୍ତି ଅନନ୍ତ। ତାଙ୍କର ଅପରାଧିକ ଇତିହାସ ବେଶ୍ ଲମ୍ୱା। ବିହାରର ବାହୁବଳୀ ନେତା ଭାବେ  ପରିଚିତ। ଦୁଲାରଚାନ୍ଦ ଯାଦବ ହତ୍ୟାକାଣ୍ଡ ମାମଲାରେ ପ୍ରାୟ ୩ ମାସ ହେଲା ସେ ଜେଲରେ ବନ୍ଦୀ ଅଛନ୍ତି। ନିର୍ବାଚନ ପରେ ବାକି ବିଧାୟକ ଶପଥ ନେବା ସମୟରେ ସେ ଶପଥ ନେଇପାରିନଥିଲେ। ବିନା ପଢ଼ିକି ସେ ଶପଥ ନେଇଥିଲେ। ଶପଥ ନେବା ପରେ ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ସହ ହାତ ମିଳାଇଥିଲେ ଅନନ୍ତ। ଜେଲ୍ ପୁଣି ଫେରିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରି ମିଡିଆରେ କହିଛନ୍ତି ଅନନ୍ତ। ସେ ଏହି ହତ୍ୟାକାଣ୍ଡରେ ନିର୍ଦୋଷ ବୋଲି ଦୋହରାଇଛନ୍ତି। ତଦନ୍ତ ଚାଲିଛି। ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ସେ ଆଶାବାଦୀ। ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ଏଥର ତେଜସ୍ୱୀ ଯାଦବଙ୍କୁ ଅଲଗା ପାର୍ଟିରୁ ଟିକଟ ନେଇ ଲଢ଼ିବାକୁ ପଡ଼ିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *