ମାତ୍ର ୩ ମିନିଟ୍ ଚାଲିଲା ଲୋକସଭା..

ଆଜି ବି ସୁରୁଖୁରୁରେ ଚାଲିପାରିଲାନି ଲୋକସଭା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଓ ହଙ୍ଗାମାରୁ ବାଚସ୍ପତି ଆଗ ୧୨ଟା ଯାଏ ଗୃହକୁ ମୁଲତବୀ କରିଥିଲେ। ୧୨ଟାରେ ପୁଣି ଥରେ ସମାନ ହଟ୍ଟଗୋଳ ଜାରି ରହିବାରୁ ଏକାଥରକେ ଗୃହକୁ ସୋମବାର ଯାଏ ମୁଲତବୀ ଘୋଷଣା କରିଛନ୍ତି। ଆଜି ମାତ୍ର ୩ ମିନିଟ୍ ଚାଲିପାରିଲା ଲୋକସଭା। ହଟ୍ଟଗୋଳରୁ ଲୋକସଭାରେ ୧୯ ଘଣ୍ଟା ୧୩ ମିନିଟ୍ ବେକାରରେ ଚାଲିଗଲାଣି ବୋଲି କହିଛନ୍ତି ବାଚସ୍ପତି। ମକରଦ୍ୱାର ପାଖରେ ବିରୋଧୀ ଦଳର ସାଂସଦ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଓ ନାରାବାଜ କରିଥିଲେ। ଭାରତ-ଆମେରିକା ଭିତରେ ଟ୍ରେଡ୍‌ ଡିଲକୁ ଟ୍ରାପ୍ ଡିଲ୍ କହି ଏ ସମ୍ପର୍କିତ ବ୍ୟାନର ଧରି ଧାରଣା ଦେଇଥିଲେ ବିରୋଧୀ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ କୌଣସି ପ୍ରତିକ୍ରିୟା ଦେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ମିଛ କଥାକୁ ଦୋହରାଇବା ମୋଦିଙ୍କ ଅଭ୍ୟାସ ପାଲଟିଛି। ନିଜର ୯୭ ମିନିଟ ଅଭିଭାଷଣରେ ବିରୋଧୀଙ୍କ ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଲେନି। କେବଳ ୫୦, ୧୦୦ ବର୍ଷର କଥା କହୁଛନ୍ତି। ନା ଶକ୍ତି ଅଛି ନା ତଥ୍ୟ ଅଛି। କେବଳ ନିକିତିରେ ତଉଲି ବିରୋଧୀଙ୍କୁ ଗାଳି କରିବାକୁ ସବୁବେଳେ ଆଗଭର ବୋଲି କହିଛନ୍ତି ଖଡ଼ଗେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *