୧୩ ବର୍ଷର ଛାତ୍ରୀକୁ ଟ୍ୟୁସନ ସାର କଲେ ଗର୍ଭବତୀ। ଏକ୍ସଟ୍ରା କ୍ଲାସ ଆଳରେ ପ୍ରତି ରବିବାର ଘରକୁ ଡାକୁଥିଲେ। ଆଉ ଜୋର ଜବଦସ୍ତି ଯୌନ ସମ୍ପର୍କ ରଖୁଥିଲେ। କାହାକୁ କିଛି ନ କହିବାକୁ ଧମକ ଦେଉଥିଲେ। ଆଉ ଝିଅଟି ଦେଢ଼ ମାସର ଗର୍ଭବତୀ ହେବା ପରେ ସବୁ କଥା ଜଣାପଡ଼ିଥିଲା। ପେଟ ଦରଜ ହେବାରୁ ପରିବାର ଲୋକେ ଝିଅଟିକୁ ଡାକ୍ତରଙ୍କୁ ଦେଖାଇଥିଲେ। ଆଉ ଡାକ୍ତରୀ ଯାଞ୍ଚରୁ ଝିଅଟି ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା। ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିକ୍ଷକର ନାଁ ଧନଞ୍ଜୟ ରାମବତାର ଓ ବୟସ ୬୩। ଗୁଜରାଟର ଅଙ୍କଲେଶ୍ୱରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ୪ ବର୍ଷ ହେଲା ଟ୍ୟୁସନ କରୁଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now