ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିବେ ସରକାର। ଏ ସମ୍ପର୍କିତ ନୋଟିସ୍ ପଠାସରିଛି। ନୋଟିସ ଅନୁସାରେ ରାହୁଲଙ୍କୁ ଆଜି ସଂଧ୍ୟା ୫ଟା ସୁଦ୍ଧା ଜବାବ ଦେବାକୁ ସମୟ ସ୍ଥିର ହୋଇଛି। ୫ଟା ସୁଦ୍ଧା ରାହୁଲ କ୍ଷମା ନ ମାଗିଲେ ସରକାର ତାଙ୍କ ବିରୁଦ୍ଧରେ ଆଣିବେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ। ବଜେଟ୍ ଆଲୋଚଚନାରେ ଭାଗ ନେଇ ବକ୍ତବ୍ୟ ରଖୁଥିଲା ବେଳେ ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲଦିଛନ୍ତି ରାହୁଲ। ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ଆମେରିକା କରିଥିବା କେସ୍ ଓ ଏପଷ୍ଟିନ୍ ଫାଇଲ ଭଳି ମୁଦ୍ଦା ଉଠାଇଥିଲେ ରାହୁଲ। ରାହୁଲ କହିଥିଲେ, ଉଦ୍ୟୋଗପତି ଗୌତମ ଆଦାନୀଙ୍କ ଚାପ ବଜେଟରେ ପ୍ରତିଫଳିତ ହୋଇଛି। ଆମେରିକାରେ ଆଦାନୀଙ୍କ ବିରୁଦ୍ଧରେ ଯେଉଁ ମକଦ୍ଦମା ଦାଏର ହୋଇଛି, ତାହା ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ହୋଇଛି। ଆମେରିକାର ବିଜେପିର ଫାଇନାନ୍ସିଆଲ ନେଟଓ୍ୱର୍କକୁ ଟାର୍ଗେଟ କରି ଅଦାନୀଙ୍କ ବିରୁଦ୍ଧରେ ମକଦ୍ଦମା ଦାଏର କରିଛି। ଉଦ୍ୟୋଗପତି ଅନୀଲ ଅମ୍ୱାନୀଙ୍କୁ କାହିଁକି ଏପର୍ଯ୍ୟନ୍ତ ଜେଲ୍ ପଠାଯାଇନି। କାରଣ ତାଙ୍କ ନାଁ ଏପ୍ସଟିନ୍ ଫାଇଲରେ ଅଛି। ସେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପଚାରିଥିଲେ, ଏପଷ୍ଟିନ ସହ ଅମ୍ୱାନୀଙ୍କୁ କିଏ ଭେଟ କରାଇଥିଲା। ଯାହାକୁ ନେଇ ସତ୍ତା ପାର୍ଟି ଆପତ୍ତି ଜାହିର କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now