ସୁପର ଓଭରରେ ସୁପର୍ ବାଜି ମାରିଲା ସାଉଥ ଆଫ୍ରିକା। ଆଫଗାନିସ୍ତାନକୁ ସୁପର ଓଭରରେ ହରାଇଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଭିତରେ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍ ବେଳେ ଦୁଇ ଦୁଇଟି ସୁପର ଓଭର ହୋଇଥିଲା। ଏହି ଖେଳରେ ଦକ୍ଷିଣ ଆଫ୍ରିକା ଟିମ୍ ଜିତିବା ସହ ୨ ପଏଣ୍ଟ ହାସଲ କରିଛି। ଆଜିର ଏହି ମ୍ୟାଚ୍ ଟି-ଟ୍ୱେଣ୍ଟି କ୍ରିକେଟ ଇତିହାସରେ ରୋମାଞ୍ଚକର ଖେଳ ଭାବରେ ଅଭିହିତ ହୋଇଗଲା। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲା କୌଣସି ହଲଇଉଡ୍ ଥ୍ରିଲରରୁ କମ୍ ନଥିଲା। ୩୯.୪ ଓଭର ଖେଳିବା ପରେ ଉଭୟ ଟିମ୍ର ସ୍କୋର ବରାବର ୧୮୭ ହୋଇଥିଲା। ସେଥିଲାଗି ସୁପର ଓଭର ଜରିଆରେ ମ୍ୟାଚର ପରିଣାମ ଘୋଷିତ ହେବାର ଥିଲା। ସୁପର ଓଭରରେ ବି ମ୍ୟାଚ୍ ଟାଇ ହୋଇଗଲା। ଏହା ପରେ ଆଉ ଏକ ସୁପର ଓଭର ମ୍ୟାଚରେ ସାଉଥ ଆଫ୍ରିକା ବାଜି ମାରିନେଲା। ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ବ୍ୟାଟିଂ କରିଥିଲା। ରେହମାନତୁଲ୍ଲାହ ଗୁରବାଜ ଓ ଅଜମତୁଲ୍ଲାହ ଉମରଜଇ ବିନା କୌଣସି ଓ୍ୱିକେଟ ହରାଇ ୧୭ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକାକୁ ୧୮ରନର ଟାର୍ଗେଟ ଦେଇଥିଲେ। ୧୭ରନରୁ ଏକୁଟିଆ ୧୬ରନ୍ କରିଥିଲେ ଅଜମତୁଲ୍ଲାହ। ଏହା ପରେ ଦକ୍ଷିଣା ଆଫ୍ରିକା ପକ୍ଷରୁ ଡେଭିଡ୍ ମିଲର ଓ ଡେଓ୍ୱାଲ୍ଡ ବ୍ରେବିସ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ୭ ରନ୍ ପରେ ବ୍ରେବିସ୍ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଏହା ପରେ ଟ୍ରିଷ୍ଟନ ବ୍ୟାଟିଂ କରିବାକୁ ଆସିଥିଲେ। ଜିତିବାକୁ ଶେଷ ବଲରେ ୭ରନର ଆବଶ୍ୟକତା ଥିଲା। କିନ୍ତୁ ଛକା ମାରି ମ୍ୟାଚ୍ ଡ୍ର କରିଦେଇଥିଲା ଦକ୍ଷିଣ ଆଫ୍ରିକା ଟିମ୍। ଫଳରେ ମ୍ୟାଚ୍ ପରିଣାମ ଘୋଷିତ ପାଇଁ ଦ୍ୱିତୀୟ ସୁପର ଓଭର ଖେଳାଯାଇଥିଲା। ଏଥର ଦକ୍ଷିଣଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା। ଡେଭିଡ୍ ମିଲର ୪ ବଲରେ ୧୬ରନ୍ ଓ ଟ୍ରିଷ୍ଟନ ୨ ବଲରେ ୭ରନ୍ କରିଥିଲେ। ଆଫିଗାନିସ୍ତାନକୁ ୨୪ରନର ଟାର୍ଗେଟ ଦେଇଥିଲେ। ଜବାବରେ ମହମ୍ମଦ ନବି ଓ ଅଜମତୁଲ୍ଲାହ ବ୍ୟାଟିଂ କରିବାକୁ ପିଚକୁ ଓହ୍ଲାଇଥିଲେ। ସୁପର ଓଭରର ଦ୍ୱିତୀୟ ବଲରେ ମହମ୍ମଦ ନବି ଆଉଟ୍ ହୋଇଗଲେ। ଆଫଗାନିସ୍ତାନର ସ୍କୋର ୧ ଓ୍ୱିକେଟ ହରାଇ ଜିରୋ ଥିଲା। ଏହା ପରେ ଅଜମତୁଲ୍ଲାହ ୩ଟି ବଲରେ ୩ ଛକା ମାରିଥିଲେ। କିନ୍ତୁ ଶେଷ ବଲରେ ୫ରନ ଆବଶ୍ୟକ ଥିଲା। କିନ୍ତୁ ସେ ଆଉଟ୍ ହୋଇଯିବାରୁ ଦକ୍ଷିଣ ଆଫ୍ରିକା ବାଜି ମାରିନେଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now