କେରଳ ଷ୍ଟୋରୀ-୨କୁ ଲାଗିଲା ବ୍ରେକ୍: କାଲି ହେବନି ରିଲିଜ୍

କାଲି ଥିଏଟରରେ ରିଲିଜ୍ ହେବନି କେରଳ ଷ୍ଟୋଟୀ-୨। ନିର୍ମାତା ଭିପୁଲ ଶାହାଙ୍କ ଅପକମିଂ ଫିଲ୍ମକୁ ଲାଗିଛି ଅଦାଲତି ଝଟକା। କେରଳ ହାଇକୋର୍ଟ ଏହାର ରିଲିଜ୍ ଉପରେ ୧୫ ଦିନ ଯାଏଁ ଲଗାଇଛନ୍ତି ଅନ୍ତରୀଣ ରୋକ୍। କେରଳ ଷ୍ଟୋରୀ-୨ ଟିଜର ରିଲିଜ ପରେ ଏହା ବେଶ୍ ବିବାଦରେ ରହିଆସିଛି। ଫେବୃଆରୀ ୨୭ରେ ଏହା ରିଲିଜ୍ ହେବାର ଥିଲା। ହେଲେ ଏହି ବିବାଦୀୟ ଫିଲ୍ମର ସ୍କ୍ରିନିଂ ଉପପରେ ୧୫ ଦିନ ଯାଏ ଅନ୍ତରୀଣ ରୋକ୍ ଲଗାଇଦେଲେ କୋର୍ଟ। ଫିଲ୍ମରେ ରାଜ୍ୟକୁ ଭୁଲ୍ ଢଙ୍ଗରେ ଦର୍ଶାଯାଇଥିବା କହିଛନ୍ତି ଅଦାଲତ। ଶୁଣାଣୀ ବେଳେ ଫିଲ୍ମମେକର, ଆବେଦନକାରୀ ଓ କେନ୍ଦ୍ର ସରକାରଙ୍କ ଓକିଲଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ଲୋକଙ୍କ ଭାବନାକୁ ନଜରଅନ୍ଦାଜ କରାଯାଇପାରିବନି। ଏହି ମାମଲାରେ ମେକର୍ସ ଜରୁରୀକାଳୀନ ରାୟ ଲାଗି ଅନୁରୋଧ କରିଥିଲେ। କାରଣ କାଲି ଏହା ରିଲିଜ୍ ହେବାର ଥିଲା। ତେବେ ଗତକାଲି ଅର୍ଥାତ୍ ଫେବୃଆରୀ ୨୫ରେ ବି ଅଦାଲତ ଚେତାବନୀ ଦେଇଥିଲେ, ତରବରିଆ ଭାବେ କୌଣସି ରାୟ ଦେବା ଲାଗି କୋର୍ଟକୁ ଘେରିବାକୁ ପ୍ରୟାସ ନ ହେଉ। ସମସ୍ତ ଦଲିଲ୍ ସମ୍ପୂର୍ଣ୍ଣ ଶୁଣାଯିବ ଓ ତା ପରେ ଯାଇ ଅର୍ଡର ପାସ୍ ହେବ। ଫିଲ୍ମକୁ ଦିଆଯାଇଥିବା କ୍ଲାସିଫିକେସନ ନେଇ ସିବିଏଫସି ବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଉପରେ ବି ପ୍ରଶ୍ନବାଚୀ ଉଠାଇଛନ୍ତି ଅଦାଲତ। ଫିଲ୍ମକୁ A ସାର୍ଟିଫିକେଟ ବି ଦିଆଗଲାନି। ଏହାକୁ U/A ଦେଲ। ଦି କେରଳ ଷ୍ଟୋରି-୨ ୨୦୨୩ରେ ରିଲିଜ୍ ହୋଇଥିବା ଦି କେରଳ ଷ୍ଟୋରୀର ସିକ୍ୱେଲ ଅଟେ। ଦି କେରଳ ଷ୍ଟୋରୀକୁ ସୁଦୀପ୍ତୋ ସେନ୍ ନିର୍ଦେଶନା ଦେଇଥିଲେ। ସେତେବେଳେ ବି ଏହି ଫିଲ୍ମକୁ ନେଇ ବୋବାଲ ସୃଷ୍ଟି ହୋଇଥିଲା। ଏବେ ସିକ୍ୱେଲର ନିର୍ଦେଶନା ଦେଇଛନ୍ତି କାମାକ୍ଷା ନାରାୟଣ ସିଂ। ଜବରଦସ୍ତି ଧର୍ମ ପରିବର୍ତ୍ତନ, ହିନ୍ଦୁ ଝିଅଙ୍କୁ ପ୍ରେମଜାଲରେ ଫସାଇବା ଭଳି ମୁଦ୍ଦାକୁ ଫିଲ୍ମରେ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସିକ୍ୱେଲକୁ ମିଛ ପ୍ରୋପାଗାଣ୍ଡା ଓ ବିଷାକ୍ତ ବୋଲି କହିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *