ନୂଆଦିଲ୍ଲୀରେ ଟପ୍ପର ହେଲେ ସମ୍ବଲପୁର ପୁଅ ସୌମ୍ୟରଞ୍ଜନ

Spread the love

ଭୁବନେଶ୍ୱର /ସମ୍ବଲପୁର : ଗରୀବ ହେଲେବି ନିଷ୍ଠା ଓ ଇଚ୍ଛା ଶକ୍ତି ରହିଲେ ସଫଳତା ମିଳିଥାଏ । ଏଭଳି ସଫଳତା ଦେଖାଇବାରେ ସୌମ୍ୟରଞ୍ଜନ ବଡପଣ୍ଡା ରହିଛନ୍ତି ସର୍ବାଗ୍ରେ , ନୂଆଁ ଦିଲ୍ଲୀଠାରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରରେ ପୌରହିତ୍ୟ କର୍ମକାଣ୍ଡରେ ସେ ହୋଇଛନ୍ତି ଟପ୍ପର । ସାରା ଭାରତର ବିଦ୍ୟାର୍ଥୀଙ୍କୁ ପଛରେ ପକାଇ ଚଳିତ ବର୍ଷର ଟପ୍ପର ହୋଇଛନ୍ତି ସୌମ୍ୟ । ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଖଲିଆପାଲି ଗ୍ରାମର ବିଶ୍ୱରଞ୍ଜନ ବଡପଣ୍ଡା ଓ କଲ୍ୟାଣୀ ବଡପଣ୍ଡାଙ୍କ ବଡ଼ ପୁଅ । ବାପା ମାଁ ଙ୍କ ଆଦର୍ଶ ଓ ପରାମର୍ଶକ୍ରମେ ପୌରହିତ୍ୟ କର୍ମକାଣ୍ଡ ଶିକ୍ଷା ଗ୍ରହଣ କରୁଥିବା ବେଳେ ସୌମ୍ୟ ଜଣେ ସୁବକ୍ତା, ସୁସଂଗଠକ ଓ ସମ୍ବଲପୁରୀ କଳା ସଂସ୍କୃତିର ଅନ୍ୟତମ ଯୁବ ପ୍ରତିଭା । ତାଙ୍କର ଏହି ସଫଳତା ପାଇଁ ସୌମ୍ୟଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଏହି ସଫଳତା ପାଇଁ ସୌମ୍ୟ ତାଙ୍କ ବାପା,  ମା, ଭଉଣୀ, ବନ୍ଧୁ ପରିଜନ, ଗ୍ରାମବାସୀ, ସମ୍ବଲପୁରବାସୀ ଏବଂ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି । ସୌମ୍ୟ ଭବିଷ୍ୟତରେ ଜଣେ ଆଦର୍ଶ ସଂସ୍କୃତ ପ୍ରାଧ୍ୟାପକ ଏବଂ ଜଣେ ଆଦର୍ଶ କର୍ମକାଣ୍ଡି ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେ ସବୁବେଳେ ଭାରତୀୟ ସଂସ୍କୃତି ଓ ଗୁରୁକୁଳ ପରମ୍ପରାକୁ ଗାଁ ଗାଁ ରେ ପରିଚିତ କରାଇବା ପାଇଁ ଚେଷ୍ଟିତ ।

Leave a Reply

Your email address will not be published. Required fields are marked *