୩ହଜାର କୋଟିର ବଙ୍ଗଳା ଜବତ ପରେ ଆଜି ଇଡିରେ ହାଜର ହେଲେ ଅମ୍ୱାନୀ

ମୁମ୍ୱାଇ ସ୍ଥିତ ବଙ୍ଗଳା Abode ଜବତ ପରେ ଆଜି ଇଡିରେ ଦ୍ୱିତୀୟ ଥର ହାଜର ହୋଇଛନ୍ତି ଅନୀଲ ଅମ୍ୱାନୀ। ମନିଲଣ୍ଡରିଂ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ଏସିଆର ସବୁଠୁ ଧନୀ ମୁକେଶ ଅମ୍ୱାନୀଙ୍କ ସାନ ଭାଇ ଅନୀଲ। ପାଓ୍ୱାରରୁ ନେଇ ଡିଫେନ୍ସ କ୍ଷେତ୍ରରେ ବ୍ୟବସାୟ କରୁଥିବା ଅନୀଲଙ୍କ ସମ୍ପତ୍ତି ଗଲା ୨ ଦଶକ ଧରି ହ୍ରାସ ପାଇବାରେ ଲାଗିଛି। ଅନୀଲଙ୍କ ରିଲାଏନ୍ସ କମ୍ୟୁନିକେସନ(ଆରକମ୍) ସହ ଜଡ଼ିତ ବ୍ୟାଙ୍କ ଋଣ ଧୋକା ମାମଲାରେ ଜେରା କରିଥିଲା ଇଡି। ଇଡି ଅନୁସାରେ ଅନୀଲଙ୍କ କମ୍ପାନୀ ଆରକମ୍ ଓ ତାଙ୍କ ଗ୍ରୁପ୍ ଅଫ କମ୍ପାନୀ ଘରୋଇ ଓ ବିଦେଶୀ ବ୍ୟାଙ୍କରୁ ଯେଉଁ ଋଣ ନେଇଥିଲେ। ତାହାର ବକେୟା ପରିମାଣ ୪୦ହଜାର୧୮୫ କୋଟି ହୋଇଗଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଇଡି ସମସ୍ତ ମାମଲାର ଯାଞ୍ଚ ଲାଗି ଏସଆଇଟି ଗଠନ କରିଛି। ଏହା ପୂର୍ବରୁ ଅଗଷ୍ଟ ୨୦୨୫ରେ ଇଡି ତାଙ୍କୁ ପ୍ରଥମ ଥର ପଚରାଉଚୁରା କରିଥିଲା। ଅନୀଲଙ୍କ ୩୭୧୬ କୋଟି ଟଙ୍କାର ମୁମ୍ୱାଇସ୍ଥିତ ଅବୋଡ୍ କୁ ମନି ଲଣ୍ଡରିଂ ଆଇନ ଆଧାରରେ ଜବତ କରିଛି ଇଡି। ୬୬ ମିଟର ଉଚ୍ଚ ଓ ୧୭ମହଲାର ଏହି ଆଲିସାନ୍ ଘର ପାଲି ହିଲ୍ ରେ ଅଛି। ୨୦୦୦ ମସିହାରେ ଏହି ମହଙ୍ଗା ଓ ଆଲିସାନ୍ ସମ୍ପତ୍ତିକୁ ରିଲାଏନ୍ସ କିଣିଥିଲା। ଏହି ବିଲଡିଂର ରୁଫଟପରେ ହେଲିପ୍ୟାଡ୍ ତିଆରି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *