ଶ୍ରୀଦେବୀଙ୍କ ସମ୍ପତ୍ତି ବିବାଦ- ହାଇକୋର୍ଟ ଗଲେ ବୋନି କପୁର

ଶ୍ରୀଦେବୀଙ୍କ ସମ୍ପତ୍ତି ବିବାଦରେ ହାଇକୋର୍ଟ ଗଲେ ବୋନି କପୁର। ମାଡ୍ରାସ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚେଙ୍ଗଲପଟ୍ଟୁ ସିଭିଲ୍ କୋର୍ଟର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ମାମଲାର ଅନ୍ତିମ ଶୁଣାଣୀ ୨୬ ମାର୍ଚ୍ଚରେ ହେବ। ଶ୍ରୀଦେବୀ ୧୯୮୮ରେ ଚେନ୍ନାଇର ଇଷ୍ଟକୋଷ୍ଟ ରୋଡରେ ସମ୍ୱଦା ମୁଦଲିୟାର ପରିବାରରୁ ୪.୭୭ ଏକର ଜମି କିଣିଥିଲେ। ଗଲା ୩୭ ବର୍ଷ ହେଲା ଏହି ସମ୍ପତ୍ତି ତାଙ୍କ ପରିବାରର ଦଖଲରେ ରହିଆସିଛି। ନିକଟରେ ନଟରାଜନ ଓ ଶିବଗାମୀ, ଯିଏ ଚନ୍ଦ୍ରଶେଖରର ମୁଦିଲିୟାରଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ଓ ଝିଅ ଅଟନ୍ତି। ନିଜକୁ ଆଇନଗତ ଉତ୍ତରାଧିକାରୀ କହି ସାର୍ଟିଫିକେଟ ହାସଲ କଲେ। ଚେଙ୍ଗଲପଟ୍ଟୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ସିଭିଲ୍ ମକଦ୍ଦମା ଫାଇଲ୍ କରି ସମ୍ପତ୍ତିରୁ ଅଂଶ ମାଗିଥିଲେ। ଏହି ମକଦ୍ଦମାକୁ ଖାରଜ କରିବା ଦାବି କରି ଦିବଂଗତ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ନିଜ ଅଭିନେତ୍ରୀ ଝିଅ ଜାହ୍ନବୀ କପୁର ଓ ଖୁସି କପୁରଙ୍କ ସହ ମିଶି ଚେଙ୍ଗୁଲପଟ୍ଟୁ କୋର୍ଟରେ ପିଟିସନ ଫାଇଲ୍ କରିଥିଲେ। ହେଲେ ଚେଙ୍ଗଲପଟ୍ଟୁ କୋର୍ଟ ତାଙ୍କ ପିଟିସନକୁ ଖାରଜ କରିଦେଲେ। ଆଉ କହିଥିଲେ କି, ମାଲିକାନାର ହକ୍ ନିଷ୍ପତ୍ତି ସେତେବେଳେ ହେବ, ଯେବେ ପୁରା ମକଦ୍ଦମା ଚାଲିବ। ଏହି ଆଦେଶ ବିରୁଦ୍ଧରେ ବୋନି କପୁର, ଜାହ୍ନବୀ, ଖୁସି ମାଡ୍ରାସ ହାଇକୋର୍ଟ ଯାଇଥିଲେ। ପିଟିସନରେ କୁହାଯାଇଥିଲା, ୩ ଦାବିଦାର ଧୋକା ଓ ଜାଲି ଦସ୍ତାବିଜ୍ ଆଧାରରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ କରିଛନ୍ତି। ପିଟିସନରେ କୁହାଯାଇଛି, ଅସଲ ମାଲିକ ମାୟଲାପୁରରେ ରହୁଥିଲେ। କିନ୍ତୁ ଦାବିଦାର ୨୦୦୫ରେ ତାମ୍ୱରମ୍ ତହସିଲ ଅଫିସରେ ମିଛ ଦସ୍ତାବିଜ୍ ଜରିଆରେ ସାର୍ଟିଫିକେଟ କରିଛନ୍ତି। ଚନ୍ଦ୍ରଶେଖରନ ମୁଦ୍ରଲିୟାର ପ୍ରଥମ ପତ୍ନୀଙ୍କ ଜୀବିତ ସତ୍ତ୍ୱେ ତାଙ୍କର ଦ୍ୱିତୀୟ ବିବାହ ଆଇନତଃ ଅମାନ୍ୟ ଅଟେ। ସେଥିଲାଗି ଦ୍ୱିତୀୟ ପତ୍ନୀଙ୍କ ପିଲାମାନଙ୍କ ଉତ୍ତରାଧିକାରୀର ଅଧିକାର ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *