ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଯୋଗେନ୍ଦ୍ର ଯାଦବଙ୍କୁ ଶନିବାର ଏକ ଅପରାଧିକ ମାମଲାରେ ମିଳିଛି ଆଶ୍ବସ୍ତି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ କେଜରିୱାଲ, ସିସୋଦିଆ, ଯୋଗେନ୍ଦ୍ରଙ୍କୁ ଏକ ଅପରାଧିକ ମାମଲାରେ ନିର୍ଦ୍ଦୋଷ କରିଛନ୍ତି।
ଓକିଲ ସୁରେନ୍ଦ୍ର ଶର୍ମା ଅଭିଯୋଗ କରିଥିଲେ କି, ୨୦୧୩ ବିଧାନସଭା ନିର୍ବାଚନ ପୂର୍ବରୁ ଆପ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ନିର୍ବାଚନର ଶେଷ ପର୍ଯ୍ୟାୟରେ ଆପ ତାଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ କରିଦେଇଥିଲା। ତାଙ୍କ ବିରୋଧରେ ଏକ ମିଛ ଅଭିଯୋଗ ଅଣାଯାଇ ତାଙ୍କ ଟିକେଟ କାଟ କରାଯାଇଥିଲା। ସେ ଆହୁରି ଅଭିଯୋଗ କରିଥିଲେ କି, ୨୦୧୩ ଅକ୍ଟୋବର ୧୪ରେ ସମସ୍ତ ପ୍ରମୁଖ ଖବର କାଗଜରେ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କେଜରିୱାଲ ତାଙ୍କ ବିରୋଧରେ ଅପମାନଜନକ ଓ ଅପଶବ୍ଦର ବ୍ୟବହାର କରିଥିଲେ। ଏହା ତାଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷୁନ୍ନ କରିଥିଲା। ତେଣୁ ଏହାକୁ ନେଇ ସେ ଏକ ମାମଲା କରିଥିଲେ ସିସୋଦିଆ ଓ କେଜରିୱାଲଙ୍କ ବିରୋଧରେ।
ରାଉଜ ଏଭେନ୍ୟୁ କୋର୍ଟରେ ବିଚାରପତି ବିଧି ଗୁପ୍ତା ଆନନ୍ଦ ମାମଲାର ଶୁଣାଣି କରି କେଜରିୱାଲ ଓ ସିସୋଦିଆଙ୍କୁ ଦୋଷମୁକ୍ତ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now