ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସ ନିକଟରେ ୧୫୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗିଛନ୍ତି ମାଓ ସମର୍ଥକ। ସୁରକ୍ଷାବାହିନୀଙ୍କ ମାଓ ଦମନ ରଣନୀତି ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରା ଆଗକୁ ଆଗକୁ ବଢ଼ିବାରେ ଲାଗିଛି। ଏଣୁ ଏହି ସମର୍ଥକମାନେ ମାଓବାଦୀଙ୍କଠାରୁ ମୁହଁ ଫେରାଇ ଅଞ୍ଚଳର ବିକାଶ କ୍ଷେତ୍ରରେ ନିଜକୁ ସାମିଲ କରିଛନ୍ତି।
ଏହି ପଦକ୍ଷେପକୁ ସୁରକ୍ଷା ବାହିନୀର ଅଧିକାରୀ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି। ଗତ ଜୁନ ୨ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ସମୟରେ ୫୦ ମିଲିସିଆ ଆତ୍ମସମର୍ପଣ କରିଥିଲେ। ଏହାପରେ ଆଜି ଶତାଧିକ ମାଓ ମିଲିସିଆ ମାଓ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସରକାରଙ୍କ ମାଓ ବିରୋଧରେ ଅଭିଯାନ ଓ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀ ସମାଜ ମୁହାଁ ହେଉଥିବା ପରି ମନେ ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now