ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ

ଦେବଗଡ: ଦେବଗଡ ତିଳେଇବଣି ବ୍ଲକ ସ୍ଥିତ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା। ଏନେଇ ଆଜି ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ୱ୍ରମଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୀଡିତା ଛାତ୍ରୀ ଓ ଅଭିଭାବକ। ଏଥିସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ। ଗତକାଲି ପ୍ରାର୍ଥନା ଶ୍ରେଣୀରେ ଶିକ୍ଷୟିତ୍ରୀ  ଜଣକ ବିନା କାରଣରେ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ଏକ ବାଉଁଶ ବାଡ଼ିରେ ନିର୍ଧୁମ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ମାଡ଼ରେ ଏକାଧିକ ଛାତ୍ରୀ ଆହତ ହୋଇଥିବା ବେଳେ ସନ୍ଧ୍ୟାରେ ଛାତ୍ରୀଙ୍କ ପରିବାର ଲୋକେ ଆହତ ଛାତ୍ରୀଙ୍କୁ  ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *