ମହିଳାଙ୍କ ବିରୋଧରେ ଅପରାଧ, ଦେଶରେ ଓଡିଶା ଦ୍ବିତୀୟ: ଏନସିଆରବି

ନୂଆଦିଲ୍ଲୀ: ନାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ବା ଏନସିଆରବିର ନୂତନ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଦେଶରେ ୪୫ହଜାର ୨୬ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି ଗୃହିଣୀ। ସେହିପରି ଦୁଷ୍କର୍ମ ରିପୋର୍ଟରେ ଦେଶର ୧୯ ସହର ମଧ୍ୟରୁ କୋଲକାତାରେ ସବୁଠାରୁ କମ ଦୁଷ୍କର୍ମ ହୋଇଛି।

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୧ରେ ଦେଶରେ ମୋଟ ୧,୬୪,୦୩୩ଟି ଆତ୍ମହତ୍ୟା ରେକର୍ଡ ହୋଇଛି। ସେଥିରୁ ପୁରୁଷ ୧,୧୮,୯୭୯ ଥିବା ବେଳେ ମହିଳା ରହିଥିଲେ ୪୫,୦୨୬।  ଆତ୍ମହତ୍ୟା କରିଥିବା ମହିଳାଙ୍କ ମଧ୍ୟରୁ ୨୩,୧୭୮ ମହିଳା ଥିଲେ। ସେହିପରି ୫,୬୯୩ ଛାତ୍ରଛାତ୍ରୀ, ୪,୨୪୬ ଦୈନିକ ବେତନଭୋଗୀ ଆତ୍ମହତ୍ୟା କରିଛନ୍ତି। ମୋଟ ଆତ୍ମହତ୍ୟାର ୬୬.୯% ବା ୧.୦୯.୭୪୯ ବିବାହିତ ଥିଲେ।

ରିପୋର୍ଟରେ ଉଲ୍ଲେଖ ରହିଛି କି, ଗୃହିଣୀଙ୍କ ଆତ୍ମହତ୍ୟା ମାମଲାରେ ତାମିଲ ନାଡୁରେ ସର୍ବାଧିକ ୩,୨୨୧ ବା ସର୍ବାଧିକ ୧୩.୯% ରହିଛି। ଏହା ପରେ ୩,୦୫୫ ବା ୧୩,୨%ରେ ମଧ୍ୟପ୍ରଦେଶ, ୨,୮୬୧ ନମ୍ବର ସହ ୧୨.୩%ରେ ମହାରାଷ୍ଟ୍ର ରହିଛି।

୨୦୨୧ରେ ୧୯ ମହାନଗର ମଧ୍ୟରୁ କୋଲକାତାରେ ସବୁଠାରୁ କମ ଦୁଷ୍କର୍ମ ହୋଇଛି। ଦୁଷ୍କର୍ମ ତାଲିକାରେ କୋଲକାତା ୧୧ ତମ ସ୍ଥାନରେ ରହିଛି। ତେବେ ରାଜଧାନୀ ଦିଲ୍ଲୀ ଦୁଷ୍କର୍ମ କ୍ଷେତ୍ରରେ ୧,୨୨୬ ମାମଲା ସହ ଆଗରେ ରହିଛି। ସେହିପରି ଜୟପୁରରେ ୫୦୨, ମୁମ୍ବାଇରେ ୩୬୪, ଦୁଷ୍କର୍ମ ମାମଲା ଦାୟର ହୋଇଛି। ଅନ୍ୟପଟେ ଦୁଷ୍କର୍ମ ମାମଲାରେ ତାମିଲନାଡୁର କୋୟମ୍ବତୁରରେ ୧୨ ଓ ପାଟନାରେ ୩୦ ମାମଲା ରହିଛି।

୨୦୨୦ ଏନସିଆରବିର ଦୁଷ୍କର୍ମ ରିପୋର୍ଟ ଅନୁଯାୟୀ ଇନ୍ଦରରେ ୧୬୫, ବେଙ୍ଗାଲୁରୁରେ ୧୧୭, ହାଇଦ୍ରାବାଦରେ ୧୧୬, ନାଗପୁରରେ ୧୧୫ ଦୁଷ୍କର୍ମ ରେକର୍ଡ ହୋଇଥିଲା।  ୨୦୨୦ରେ କୋଲକାତାରେ କୌଣସି ଦୁଷ୍କର୍ମ ହୋଇନଥିବା ବେଳେ ୨୦୧୯ରେ ୧୪ ଓ ୨୦୨୦ରେ ୧୧ ମାମଲା ଦାୟର ହୋଇଥିଲା।

ରାଜସ୍ଥାନରେ ଗତ ବର୍ଷ ବା ୨୦୨୧ରେ ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା ଦାୟର ହୋଇଥିଲା ଯେତେବେଳେ କି ନାଗାଲାଣ୍ଡରେ ସବୁଠାରୁ କମ ମାତ୍ର ୪ଟି ମାମଲା ଥିଲା। ପଶ୍ଚିମ ବଙ୍ଗରେ ୧,୧୨୩ ମାମଲା ସହ ଦେଶରେ ଗତବର୍ଷ ମୋଟ ୩୧,୬୭୭ ମାମଲା ଦାୟର ହୋଇଥିଲା।

ମହିଳାଙ୍କ ବିରୋଧରେ ଅପରାଧ ହାରରେ ଓଡିଶା ୨୦୧୯ରେ ୪ର୍ଥ ସ୍ଥାନରେ ଥିବା ବେଳେ ୨୦୨୧ରେ ଦ୍ବିତୀୟ ସ୍ଥାନକୁ ଚାଲି ଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ଜନସଂଖ୍ୟାରେ ୧୩୭,୮ ଅପରାଧ ମହିଳାଙ୍କ ପ୍ରତି ହୋଇଥିବା ସୂଚନା ରହିଛି। 

ଶିଳାସ୍ମିତା ରାୟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *