ଧୁମଧାମରେ ପାଳିତ ହେଲା ନୂଆଁଖାଇ

ସୁବର୍ଣ୍ଣପୁରରେ: ଆଜି ନୂଆଁଖାଇ। ଉତ୍ସବ ମୁଖର ପଶ୍ଚିମ ଓଡିଶା। ସୁବର୍ଣ୍ଣପୁରରେ ପାଳିତ ହୋଇଯାଇଛି ଗଣପର୍ବ ନୂଆଁଖାଇ। ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି। ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଇଥାଏ। ମାଁ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣା ପାଇଁ କେବଳ ନିର୍ଦ୍ଦିଷ୍ଟ ରିତୀ ନିତୀରେ ପାଳିତ ହୋଇଛି ପାହୁର ଯାତ୍ରା। ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବ, ପୀଠାପଣା ପାଇଁ ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *