୮୦ ବର୍ଷ ପରେ ମନ୍ଦିରରେ ଦଳିତଙ୍କ ପ୍ରବେଶ

Spread the love

ଚେନ୍ନାଇ: ତାମିଲନାଡୁର ତିରୁବନ୍ନମଲାଇ ଜିଲ୍ଲାରେ ପ୍ରଶାସନର ଐତିହାସିକ ପଦକ୍ଷେପ। ପ୍ରଶାସନର ହସ୍ତକ୍ଷେପ ପରେ ୩୦୦ରୁ ଅଧିକ ଦଳିତ ଜିଲ୍ଲାର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମାନଙ୍କୁ ସେହି ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇ ଆସିଥିଲା।  ଏହି ମାମଲା ଏକ ପ୍ୟାରେଣ୍ଟସ ଟିଚର ମିଟିଂ ବେଳେ ସାମ୍ନାକୁ ଆସିଥିଲା। ଏହା ପରେ ପ୍ରଶାସନ ଉଚ୍ଚ ବର୍ଗଙ୍କ ସହ ଆଲେଚନା କରି ଏହାର ସମାଧାନ ରାସ୍ତା ବାହାର କରିଥିଲା।  ତଥାପି କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ମନ୍ଦିର ବାହାରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲା।

ତ୍ରିରୁବନ୍ନମଲାଇ ଜିଲ୍ଲାର ଥେନମୁଡିୟାନୁର ଗାଁରେ ପ୍ରାୟ ୫୦୦ଅନୁସୂଚିତ ଜାତିର ପରିବାର ରହୁଛନ୍ତି। ହେଲେ ଦୀର୍ଘ ୮୦ ବର୍ଷ ହେଲାଣି ଗ୍ରାମର ଦଳିତଙ୍କୁ ସେଠାରେ ଥିବା ୨୦୦ ବର୍ଷ ପୁରୁଣା ମନ୍ଦିର ଭିତରକୁ ଯିବାକୁ ଦିଆଯାଉନଥିଲା। ତେବେ ଜିଲ୍ଲା ପ୍ରଶାସନ ମନ୍ଦିରକୁ ଦଳିତଙ୍କୁ ଅନୁମତି ଦେବାକୁ ଏକ ଜନଶୁଣାଣି କରିଥିଲା। ହେଲେ ଏଥିରେ ପ୍ରଭାବଶାଳୀ ସମୁଦାୟଙ୍କ ୭୫୦ରୁ ଅଧିକ ଲୋକ ଏହାକୁ ବିରୋଧ କରିଛନ୍ତି। ତଥାପି ପ୍ରଶାସନ କଡା ସୁରକ୍ଷା ଭିତରେ ଦଳିତଙ୍କୁ ମନ୍ଦିରରେ ପୂଜା କରାଇଛି।

ପ୍ରଶାସନ ଦ୍ବାରା ମନ୍ଦିରକୁ ପ୍ରବେଶରୁ ବଞ୍ଚିତ ୩୦୦ ଦଳିତଙ୍‌କୁ ପୂଜାପାଠ ପାଇଁ ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *