ବିଚାରପତି ମୃତ୍ୟୁ ଘଟଣାରେ ନୂଆ ମୋଡ

କଟକ: କଟକ ପକ୍ସୋ କୋର୍ଟର ବିଚାରପତି ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ। ଆତ୍ମହତ୍ୟାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ବିଚାରପତିଙ୍କ ପରିବାର ବର୍ଗ। ଏନେଇ ଥାନାରେ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି।

ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟାର ଗୋଟିଏ ଦିନ ପରେ ହତ୍ୟା ନେଇ ଅଭିଯୋଗ ହୋଇଛି। ବିଚାରପତିଙ୍କ ପରିବାର ପକ୍ଷରୁ ଏହାକୁ ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ ହୋଇଛି। ଏନେଇ କଟକ ମର୍କତ ନଗର ଥାନାରେ ବିଚାରପତିଙ୍କ ମା’ ତୁଳସୀ ବିହାରୀ ଏକ ହତ୍ୟା ଅଭିଯୋଗ କରିଛନ୍ତି।

ତୁଳସୀ ଦେବୀ ନିଜ ପୁଅଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଏନେଇ ସେ ନିଜ ବୋହୂ ତଥା ବୋହୂଙ୍କ ଭାଇଙ୍କ ନାମରେ ଏଫଆଇଆର ଦେଇଛନ୍ତି। ତାଙ୍କ ପୁଅଙ୍କୁ  ବୋହୂ ଓ ତାଙ୍କ ଭାଇ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ହତ୍ୟା ପରେ ତାଙ୍କୁ ରଶିରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ସେ କଟକ ମର୍କତନଗର ଥାନାରେ ଏଫଆଇଆର ଦେଇଛନ୍ତି।

ଗତକାଲି ବିଚାରପତି ତାଙ୍କ କଟକ ସିଡିଏ ସେକ୍ଟର ୯ ସରକାରୀ ବାସଭବନରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ଯେତେବେଳେ ତାଙ୍କ ପତ୍ନୀ ଦିନ ଗୋଟାଏରେ ଘରକୁ ଆସିଲେ ଘରର ଗେଟ ତାଲା ପଡିଥିବା ଦେଖିଥିଲେ। ତେଣୁ ସେ ସ୍ଥାନୀୟ ଲୋକଙ୍କୁ ଡକାଇ ତାଲା ଭାଙ୍ଗିଥିଲେ। ଭିତରକୁ ଯାଇ ସେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଗତକାଲି ପୂର୍ବାହ୍ନ ୧୦ଟାରେ ବିଚାରପତିଙ୍କ ପତ୍ନୀ କୌଣସି କାମରେ ଭୁବନେଶ୍ବର ଆସିଥିଲେ। ୧ଟାରେ ସେ ଘରକୁ ଫେରି ନିଜ ସ୍ବାମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଲୋକଙ୍କ ସହାୟତାରେ ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *