ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପୂର୍ବତନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବାଜି ମାରିଛନ୍ତି। ଟ୍ରସ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ମାର୍ଗାରେଟ୍ ଥେରର ଓ ଥେରେସା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିଛନ୍ତି ସାର୍ ଗ୍ରାହାମ୍ ବ୍ରାଡି।
୨ ମାସ ଧରି ଚାଲିଥିବା ପ୍ରଧାନମନ୍ତ୍ରୀ ଦୌଡରେ ପ୍ରଥମରୁ ଋଷି ଆଗରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଟ୍ରସ ରହିଆସୁଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡା ଟକ୍କର। ଟ୍ରସଙ୍କୁ ନିର୍ବାଚନରେ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ମିଳିଛି ୬୦,୩୯୯ଟି ଭୋଟ । ନିର୍ବାଚନରେ କଞ୍ଜରଭେଟିଭ୍ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ।
ଲିଜ୍ ଟ୍ରସଙ୍କ ପୂରା ନାଁ ହେଉଛି ମେରି ଏଲିଜାବେଥ ଟ୍ରସ୍। ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ସେ ଜନ୍ମ ଗ୍ରହଣ କରିଥିଲେ। ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ।
ଚଳିତ ବର୍ଷ ଜୁଲାଇରେ ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now