ଦାଦାବଟିକୁ କେନ୍ଦ୍ର କରି ଗୁଳିକାଣ୍ଡ

ନୂଆପଡା: ଦାଦାବଟି ମଗାକୁ କେନ୍ଦ୍ର କରି ନୂଆପଡା ଜିଲ୍ଲା କୋମନା ଥାନା ଥୁଟିବର ଗାଁରେ ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ମହିଳା ମୃତ। ମୃତ ମହିଳାଙ୍କ ନାମ କୁମୁଦିନୀ ଶବର ବୋଲି ଜଣାପଡିଛି। ମିଳିଥିବା ସୁଚନା ଅନୁସାରେ ଗତକାଲି ବିଲମ୍ଵିତ ରାତିରେ ଥୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ନିଲାମ୍ଵର ସୁନା ଗାଁର ଶରତ ଚନ୍ଦ୍ର ସାହୁଙ୍କ ଘରକୁ ଆସି ଅଭିଯୁକ୍ତ ନିଲାମ୍ଵର ସୁନା ଫେରାର ଦାଦାବଟି ମାଗିଥିଲା। ଟଙ୍କା ଦେବାକୁ ଶରତ ଚନ୍ଦ୍ର ମନା କରିବାରୁ ତାଙ୍କ ଉପରକୁ ଗୁଳିଚାଳନା କରିଥିଲା ନିଳାମ୍ୱର। ସ୍ୱାମୀର ଜୀବନ ବଞ୍ଚାଇବାକୁ କୁମୁଦିନୀ ଆଗକୁ ଆସିଯାଇଥିଲେ। ସେହି ସମୟରେ ତାଙ୍କ ଦେହରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ କୁମୁଦିନୀକୁ ଉଦ୍ଧାର କରି କୋମନା ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଚିକିତ୍ସିତ ସମୟରେ କୁମୁଦିନୀଙ୍କ ମୃତ୍ୟୁ ଘଟିଛି। ଖବର ପାଇଁ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଅଭିଯୁକ୍ତ ନିଲାମ୍ଵର ସୁନା ଫେରାର ହୋଇଯାଇଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *