ରାସ୍ତା କଡରୁ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ନିକଟସ୍ଥ ରାସ୍ତା କଡରୁ ୩ ମାସର ଶିଶୁ ପୁତ୍ର ଉଦ୍ଧାର। ସୂଚନା ମୁତାବକ ଗତକାଲି ରାସ୍ତା କଡ଼ରେ ଶିଶୁପୁତ୍ରକୁ କେହି ଛାଡ଼ିଦେଇ ଚାଲିଯାଇଥିଲେ। ଶିଶୁପୁତ୍ରଟିର କାନ୍ଦିବା ଶୁଣି ସ୍ଥାନୀୟ ଅଞ୍ଚଳର ମହେଶ୍ୱର ତିଉ ନାମକ ଜଣେ ମହିଳା ଶିଶୁଟିକୁ ଦେଖି କଳିଙ୍ଗନଗର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି। ଖବର ପାଇ ଯାଜପୁର ଜିଲ୍ଲା ଚାଇଲଡ଼ ଲାଇନ ଟିମ ହସ୍ପିଟାଲରେ ପହଞ୍ଚିଥିଲେ। ପୋଲିସ ପକ୍ଷରୁ ଶିଶୁଟିକୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି। ତେବେ ଶିଶୁପୁତ୍ରକୁ କିଏ  ଏବଂ କାହିଁକି ରାସ୍ତା କଡରେ ଛାଡି ଚାଲିଯାଇଛି ଏହାର କାରଣ ଅସ୍ପଷ୍ଟ ରହିଛି। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *