ଭଦ୍ରକ: ଧାମନଗର ଥାନା ଅଧିନ ବନ୍ଧଟିଆ ଗ୍ରାମରେ ଥିବା ରାମେଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି। ଗତକାଲି ବିଳମ୍ୱିତ ରାତିରେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ବାସନ କୁସନ ଲୁଟି ନେଇଛନ୍ତି ଦୁର୍ବୃତ୍ତ। କଟର ମେସିନ ସାହାର୍ଯ୍ୟ ତାଲା କାଟି ଅଳଙ୍କାର ସାମଗ୍ରୀ ଚୋରି କରିଥିବା ଜଣାପଡିଛି। ଏନେଇ ଧାମନଗର ଥାନାରେ ସ୍ଥାନୀୟ ଜନସାଧାରଣ ତରଫରୁ ଅଭିଯୋଗ ହୋଇଛି। ଧାମନଗର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ ଗତ କିଛି ଦିନ ହେବ ବାରମ୍ୱାର ଚୋରି ହେଉଥିବା ମଧ୍ୟ ଧାମନଗର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now