ଆଉ ୧୪ ଦିନ ବଢିଲା ସଞ୍ଜୟଙ୍କ ଜେଲ ମିଆଦ

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସରୁନି ବନ୍ଦୀ ଜୀବନ। ସୋମବାର ପୁଣି  ବିଚାର ବିଭାଗୀୟ ହାଜତ ମିଆଦକୁ ୧୪ଦିନ ପାଇଁ  ବୃଦ୍ଧି କରାଯାଇଛି। ଏକ ସ୍ୱତନ୍ତ୍ର ଅଦାଲତ ସଞ୍ଜୟଙ୍କ ହାଜତ ଅବଧିକୁ ବୃଦ୍ଧି କରିଛନ୍ତି। ମୁମ୍ବାଇ ପାତ୍ର ଚୋଲ ଦୁର୍ନୀତିରେ ତାଙ୍କୁ ଗିରଫ କରାଯାଇଥିଲା ମହାରାଷ୍ଟ୍ରର ଏହି ନେତାଙ୍କୁ।

 ପାତ୍ର ଚୋଲ ଦୁର୍ନୀତି ମାମଲାରେ ସଞ୍ଜୟଙ୍କୁ ଗତ ଅଗଷ୍ଟ ୧ ତାରିଖରେ ଗିରଫ କରାଯାଇଥିଲା।  ଗତସପ୍ତାହରେ ଚାର୍ଜସିଟ ଦାଖଲ କରିଥିଲା ଇଡି। ସଞ୍ଜୟ ଜାମିନ ପାଇଁ ସ୍ୱତନ୍ତ୍ର ଅଦାଲତକୁ ଯାଇଥିଲେ।  କିନ୍ତୁ ଜାମିନ ଆବେଦନକୁ ବିରୋଧ କରିଥିଲା  ଇଡି। ମାମଲାରେ ସଞ୍ଜୟ ମୁଖ୍ୟ କାର୍ପଟଦାର ଓ ତାଙ୍କ ଇଙ୍ଗିତରେ ସବୁ ହୋଇଥିବା ଇଡି କୋର୍ଟଙ୍କୁ ଜଣାଇବା ସହ ଯୋଜନାରୁ ହଡପ କରିଥିବା ୧୦୩୪ କୋଟି ଟଙ୍କାରୁ ୩.୨ କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରିଥିବା ଇଡି କୋର୍ଟଙ୍କୁ ଅବଗତ କରିଛି।

ସଞ୍ଜୟ ରାଉତ ମୁମ୍ବାଇରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଆବେନ କରିଥିଲେ। ଏହାକୁ ବିରୋଧ କରି ଇଡି ନିଜର ପକ୍ଷ ଦାଖଲ କରିଛି। ତଦନ୍ତକାରୀ ସଂସ୍ଥା ଇଡି ଶୁକ୍ରବାର ଦାଖଲ କରିଥିବା ଜବାବରେ କହିଥିଲା ଯେ ସଞ୍ଜୟ ରାଉତ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଓ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *