ଆତଙ୍କୀ ହମଲା

ଜମୁକାଶ୍ମୀରରେ ବଡଧରଣର ଆତଙ୍କୀ ହମଲା । ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ପର୍ଯ୍ୟଟକ ବସ ଯାଥିବା ବେଳେ ଏଭଳି ଅଘଟଣ । ବସ ଉପରେ ଆକ୍ରମଣ କଲେ ଆତଙ୍କବାଦୀ । ଗୁଳି ମାଡ ପରେ ତଳକୁ ଖସିଲା ବସ୍ । ଏହି ଘଟଣାରେ ୧୦ରୁ ଅଧିକ ଭକ୍ତ ମୃତ୍ୟୁବରଣ କରିଛନ୍ତି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଭକ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହ ଆତଙ୍କବାଦୀଙ୍କ ସନ୍ଧାନରେ ଭାରତୀୟ ସେନା, CRPF, ଜାମ୍ମୁ କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *