୩ ଦିନିଆ ଆମେରିକା ଗସ୍ତରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ୩ ଦିନିଆ ଆମେରିକା ଗସ୍ତରେ ଯିବେ । ୱିଲ୍ମିଙ୍ଗଟନ୍ ରେ ବାର୍ଷିକ କ୍ବାର୍ଡ ସମ୍ମିଳନୀରେ ଯୋଗ ଦେବେ । ଷଷ୍ଠ କ୍ବାର୍ଡ ସମ୍ମିଳନାୀ ରେ ଭାରତ ,ଅଷ୍ଟ୍ରେଲିଆ , ଜାପାନ ଏବଂ ଆମେରିକା ଶୀର୍ଷ ନେତୃତ୍ବ ଏକାଠି ହେବେ ଏବଂ ବିଶ୍ବର ମଙ୍ଗଳ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଛି ବିଶେଷ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଆଲୋଚନା କରିବେ । ଏହି କ୍ବାର୍ଜ ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରିତ୍ବପୂର୍ଣ୍ଣ । କାରଣ ଭାରତ ପରବର୍ତ୍ତି କ୍ବାର୍ଡ ସମ୍ମିଳନୀ ଆୟୋେଜନ କରିବାକୁ ଯାଉଛି ।

ଏହି ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *