ଆଫଗାନିସ୍ତାନ ପରେ ଥରିଲା ନେପାଳ…

Spread the love

ନେପାଳରେ ଅନୁଭୂତ ହୋଇଛି ମଧ୍ୟମ ଧରଣର ଭୂମିକମ୍ପ। ସକାଳ ପ୍ରାୟ ୫:୧୯ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ବର୍ତ୍ତମାନ ଜୀବନ ଓ ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି ସୂଚନା ମିଳି ନାହିଁ। ନେପାଳରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଛି। ନୋପାଳ ରାଜଧାନୀ କାଠମାଣ୍ଡୁ ଠାରୁ ୧୬୧ କିଲୋମିଟର ଦୂରରେ ଏହା କେନ୍ଦ୍ରିଭୂତ ହୋଇଥିବା ସୂଚନା ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ତେବେ ଏହି ଭୂକମ୍ପରେ ପ୍ରାରମ୍ଭିକ ଅବସ୍ଥାରେ କୌଣସି ଜୀବନ ହାନୀ ହୋଇଥିବାର କୌଣସି ସୂଚନା ମିଳି ନାହିଁ। ହେଲେ ଭୂକମ୍ପ ଅନୁଭୂତ ସ୍ଥାନରେ ରାସ୍ତା ଘାଟରେ ସୃଷ୍ଟି ହୋଇଛି ହାଲକା ଫାଟ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ ଖେଳିଯାଇଛି।ଆପଣଙ୍କୁ କହିରଖୁ କି, କର୍ଣ୍ଣାଟକରେ ମଧ୍ୟ ସ୍ବଳ୍ପ ତୀବ୍ରତାର ଭୂକମ୍ପ ଝଟକା ହୋଇଛି।

ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଅନୁଯାୟୀ କର୍ଣ୍ଣାଟକର ହାସନ ଜିଲ୍ଲା ତଥା ପଡୋଶୀ ଅଞ୍ଚଳର କିଛି ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତ୍ରୀବତା ୩.୪ ରହିଥିଲା।ଏହା ପୂର୍ବରୁ ଜୁନ୍ ୨୧ ରେ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଭୂମିକମ୍ପର ତ୍ରୀବତା ୬.୧ ରହିଥିଲା। ଜେଣେ ଆଫଗାନିସ୍ତାନ ଅଧିକାରୀ କହିବା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂମିକମ୍ପରେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି। ଏହାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ ୧୫୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବା ଅନୁସାରେ ଏହି ଭୂମିକମ୍ପ ଯୋଗୁଁ ଶହ ଶହ ଘର ମଧ୍ୟ ନଷ୍ଟ ହୋଇଯାଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *