ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଦୁର୍ଘଟଣା:୧୩ ଜଣଙ୍କ ମୃତ୍ୟୁ

Spread the love

() ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ନେଇ ଯାଉଥିବା ଟ୍ରାକ୍ଟର। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ୪ ଶିଶୁ ଥିବା ସୂଚନା। ଗତକାଲି ରାତିରେ ବରଯାତ୍ରୀଙ୍କୁ ଧରି ଏକ ଟ୍ରାକ୍ଟର ମୋତିପୁରାରୁ କୁଲାମପୁର ଅଭିମୁଖେ ଯାଉଥିଲା। ତେବେ ସେଥିରେ ପାଖାପାଖି ୩୦ଜଣ ଥିଲେ। ଟ୍ରାକ୍ଟରଟି ଯାଉଥିବା ବେଳେ ହଠାତ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ବେଳେ ଅନ୍ୟ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୋପାଳ ପଠାଯାଇଛି। ସେପଟେ ମୃତଦେହଗୁଡ଼ିକୁ ବ୍ୟବଚ୍ଛଦ ପାଇଁ ପଠାଇଛି ପୋଲିସ।

ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳରେ ରାଜଗଡ଼ ଜିଲ୍ଲାପାଳ, ଏସପି ଓ ମନ୍ତ୍ରୀ ଉପସ୍ଥିତ ଥିବା ଜଣାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *