ବାଲେଶ୍ୱର: ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ହଳଦୀପଦା ନିକଟର ଘଟଣା। ପଶ୍ଚିମବଙ୍ଗରୁ ଜଗାକାଳିଆ ନାମକ ଏକ ଘରୋଇ ବସ୍ ୭୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭଦ୍ରକ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ସହ ଜଣେ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାର୍ଯ୍ୟରେ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ଖବରପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now