କୋଇଲା ବୋଝେଇ ଟ୍ରକରେ ଚାପି ହୋଇ ୨ ଯୁବତୀ ମୃତ

Spread the love

ଜୟପୁର : ଜୟପୁର ଘାଟିରେ ଗତକାଲି ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ମୃତକମାନେ ହେଲେ କୋରାପୁଟ ଟିକିରା ସାହିର ବ୍ରଜ ଲକ୍ଷ୍ମୀ ରାଓ ଓ ରାଜଶ୍ରୀ ବେନିଆ । ପୋଲିସ ସୁଚନା ଅନୁଯାଇ ଜୟପୁର- କୋରାପୁଟ ଘାଟିର ବାରିଣିପୁଟ ନିକଟ ପାୱାର ହାଉସ ଛକରେ ଘଟିଛି ଦୁର୍ଘଟଣା । ଏକ ୧୦ ଚକିଆ କୋଇଲା ବୋଝେଇ ଟ୍ରକ ଓଡି୦୭ଟି ୮୨୯୧ ଜୟପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟା ହରାଇ ଓଲିଟି ପଡିଥିଲା । ସେହି ସମୟରେ ଏକ ସ୍କୁଟିରେ କୋରାପୁଟ ଅଭିମୁଖେ ଯାଉଥିବା ଦୁଇ ଯୁବତୀ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଫଳରେ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତରକୁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତି କରାଯାଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବର୍ତମାନ ତାଙ୍କୁ ବିଶାଖାପାଟଣା ନିଆଯାଇଥିବା ଜଣାଯାଇଛି । ଟ୍ରକ ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ ମୃତକ ମାନେ ଜୟପୁର ଆସି କୋରାପୁଟକୁ ଫେରୁଥିବା ବେଳ ଏପରି ଦୁର୍ଘଟଣା ଘଟିଛି । ଏକ କ୍ରେନ ସାହଯ୍ୟରେ ଟ୍ରକକୁ ଉଦ୍ଧାର କରାଯାଇଛି । ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି । ସୂଚନା ପାଇ ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ଓ ଅଗ୍ନିଶମ ବାହିନି ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *