ତିନି ମହଲା କୋଠା ଭୁଶୁଡି ୩ ମୃତ

Spread the love

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନରେ ଏକ ତିନି ମହଲା କୋଠା ଅପଣା ଛାଏଁ ଭୁଶୁଡି ପଡିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ରହିଛନ୍ତି। ବିଶାଖାପଟନମ କଲେକ୍ଟରେଟ ନିକଟବର୍ତ୍ତୀ ରାମଜୋଗୀ ପେଟାରେ ଏହି ଦୁର୍ଘଟଣା ଘଟିଛି। ଭଗ୍ନ କୋଠା ତଳୁ ଆହତ ଓ ମୃତକମାନଙ୍କୁ ଉଦ୍ଧାର କରି କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ମାମଲାର ତଦନ୍ତ କରୁଛି ପୁଲିସ।

ସୂଚନା ମୁତାବକ, ବିଶାଖାପଟନମ ପୁଲିସ କମିଶନର ଶ୍ରୀକାନ୍ତ କହିଛନ୍ତି କି, ଗତ ବିଳମ୍ବିତ ରାତିରେ ପୁଲିସକୁ କୋଠା ଭୁଶୁଡିବାର ସୂଚନା ମିଳିଥିଲା। ପୁଲିସ ୬ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ଥିଲେ। ପୁଲିସ ଅନୁମାନ କରୁଛନ୍ତି କି, ଏହି ଘଟଣା ପଡିଶାଙ୍କ ଦ୍ବାରା ଜମି କିଣିବାରୁ ହୋଇଛି। ପଡିଶାର ଜମି କିଣିବା ପରେ ଏକ ବୋରୱେଲ ଖୋଲାଯାଇଥିଲା। ଏଥିରେ କୋଠାର ନିଅଁ କମଜୋର ହୋଇ ଭୁଶୁଡି ପଡିଛି। ପୁଲିସ କହିଛି କି, କୋଠାରେ ୯ ଜଣ ରହୁଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   

Leave a Reply

Your email address will not be published. Required fields are marked *