ନଦୀରେ ବୁଡ଼ି ୮ ସାଙ୍ଗଙ୍କ ମୃତ୍ୟୁ

ରାଜସ୍ଥାନର ଜୟପୁରରେ ବଡ଼ ଅଘଟଣ। ଟୋଙ୍କରେ ବନାସ ନଦୀରେ ଆଜି ଅପରାହ୍ନରେ ବୁଡ଼ି ୮ଜଣଙ୍କ ମୃତ୍ୟୁ ହୋଇଛି। ଜୟପୁରକୁ ପିକନିକ୍ ପାର୍ଟି କରିବାକୁ ଯାଇଥିଲେ ୧୧ ସାଙ୍ଗ। ଆଉ ବନସା ନଦୀରେ ଗାଧୋଇବା ବେଳେ ଜଣେ ସାଙ୍ଗର ଗୋଡ଼ ଖସିଯାଇଥିଲା। ତାକୁ ବୁଡ଼ିବା ଦେଖି ଜଣକ ପରେ ଜଣେ ବଞ୍ଚାଇବାକୁ ଚେଷ୍ଟା କରି ଗଭୀର ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ୩ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏଭଳି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତୁରନ୍ତ ରେସକ୍ୟୁ ଅପରେସନ ଲାଗି ନିର୍ଦେଶ ଦେଇଥିଲେ। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବନାସ ନଦୀରେ ତିଆରି ଫ୍ରେଜର ବ୍ରିଜ୍ ପାଖରେ ଏମାନେ ଗାଧୋଉଥିଲେ। ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପିଲାଙ୍କୁ ହରାଇ ପରିବାରର କାନ୍ଦ ବୋବାଳିରେ ଫାଟିପଡ଼ୁଛି ହସ୍ପିଟାଲ ପରିସର। ସମସ୍ତ ମୃତକଙ୍କ ଘର ଜୟପୁର। ହସ୍ପିଟାଲରେ ଆହତ ୩ ଜଣଙ୍କ ଚିକିତ୍ସା ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *