କୁଏତରେ ଭୟଙ୍କର ଅଗ୍ନିକାଣ୍ଡ : ୪୧ରୁ ଅଧିକ ମୃତ

Spread the love

କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା। ୪୯ ଲୋକଙ୍କ ମୃତ୍ୟୁ ହୋଇଛି । ଦୁଖଃଦ ଘଟଣା ମୃତକଙ୍କ ମଧ୍ୟରେ ୪୦ ଭାରତୀୟ ରହିଛନ୍ତି । କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଅଟାଳିକାରେ ଅଗ୍ନିକାଣ୍ଡ ଘଟିବା ସହ କ୍ରମଶ ଏହା ବ୍ୟାପିଥିଲା । ଏକ କମ୍ପାନୀ ପାଇଁ କାମ କରୁଥିବା ପ୍ରାୟ ୧୬୦ ଶ୍ରମିକ ଏଠାରେ ରହୁଥିଲେ। ତେବେ ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର। କୁଏତ ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ଏସ୍ ଜୟଶଙ୍କର । ତେବେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୋଦି ସରକାର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ପୁଲିସର ସୂଚନା ଅନୁସାରେ କୋଠାରେ ଯେତିକି ଲୋକ ରହିବା କଥା ତାଠୁ ଅଧିକ ରହୁଥିଲେ ।

Leave a Reply

Your email address will not be published. Required fields are marked *