ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପୌର ସଫେଇ କର୍ମଚାରୀ

Spread the love

ଝାରସୁଗୁଡ଼ା ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବେଲପାହାଡ଼ ପୌର ସଫେଇ କର୍ମଚାରୀ। ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସୁବିଧା ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଉ ବୋଲି ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିପୌର ସଫେଇ କର୍ମଚାରୀଅଭିଯୋଗ ମୁତାବକ ପୌର ପରିଷଦରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ ଦରମା ୪୫୨ଟଙ୍କା ହୋଇଛି, ସେହି ଦରମା ନମିଳି ସେମାନଙ୍କୁ ୩୫୨ ଟଙ୍କା ମିଳୁଛି ବୋଲି ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ରଖି ଜିଲ୍ଲା ଶ୍ରମ ଅଧିକାରୀ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *