ଅହମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା। ଯାତ୍ରୀବାହି ବିମାନ ଟେକ୍ଅଫ ବେଳେ ଏଭଳି ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଯାତ୍ରୀ ଥିଲେ। କ୍ରାସ ପରେ ମେଘାନୀନଗର ପାଖରେ ବିମାନ ଖସିଯାଇଥିଲା। ଅହମଦାବାଦରୁ ଲଣ୍ଡନ ଯାଉଥିଲା ଏୟାରଇଣ୍ଡିଆର ବିମାନ। ବିମାନ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିଲା। ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଘଟଣାସ୍ଥଳକୁ ଫାୟାର ବ୍ରିଗେଡ ଗାଡ଼ି ଯାଇ ନିଆଁକୁ ନିୟନ୍ତ୍ରଣ ସହ ରେସକ୍ୟୁ ଆରମ୍ଭ କରିଛି। ଏମର୍ଜେନ୍ସି ସର୍ଭିସ ଘଟଣାସ୍ଥଳରେ ପହଞ୍ଚିଛି। ଏଥିରେ ଅଧିକାଂଶ ଯାତ୍ରୀଙ୍କ ମୃତାହତ ଖବର ଆସିବାରେ ଲାଗିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now