ସେନା କ୍ୟାମ୍ପ ଉପରକୁ ଆକ୍ରମଣ, ୨ ଜଣ ଯବାନ ଆହତ

ଜମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ । ୨ ଜଣ ଯବାନ ଆହତ ହୋଇଛନ୍ତି। ଏବେବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଜିଲ୍ଲାର ଚତରଗଲା ଅଞ୍ଚଳରେ ୪ ରାଷ୍ଟ୍ରୀୟ ରାଇଫଲ ଓ ଗୋଟିଏ ପୁଲିସ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିବା ସୂଚନା ଦେଇଛନ୍ତି ଜମ୍ମୁ କଶ୍ମୀର ଆଡିସନାଲ ଡିଜିପି। ଏହାର ଜବାବରେ ସୁରକ୍ଷାକର୍ମୀମାନେ ପୁଲଟା ଗୁଳିମାଡ଼ କରିଥିଲେ। ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।

ଡୋଡାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ଆହତ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ଗତକାଲି ସନ୍ଧ୍ୟାରେ କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଏକ ଗ୍ରାମ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଏହି ଆକ୍ରମଣ ହୋଇଛି। ଜମୁ କଶ୍ମୀରରେ ୩ ଦିନରେ ଏହା ତୃତୀୟ ଆତଙ୍କବାଦୀ ଆକ୍ରମଣ। ପୂର୍ବରୁ ଆତଙ୍କବାଦୀମାନେ ତୀର୍ଥଯାତ୍ରୀ ବସ୍ ଉପରକୁ ଆକ୍ରମଣ କରିଥିଲେ। ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *