ଦିଲ୍ଲୀ ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୩ ଜଣଙ୍କ ମୃତ୍ୟୁ

Spread the love

() ଦିଲ୍ଲୀ ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ନିଆଁ ଲାଗି ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଫ୍ୟାକ୍ଟ୍ରିରେ ୯ ଜଣ କାର୍ଯ୍ୟରତ ଥିବା ବେଳେ ହଠାତ ଆଜି ଭୋର ଏହି ବିସ୍ଫୋରଣ ଘଟିଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏହାପରେ ଫ୍ୟାକ୍ଟ୍ରିରୁ ୩ ମୃତଦେହ ବାହାର କରାଯାଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଫ୍ୟାକ୍ଟ୍ରିରେ ଏକ ପାଇପ୍‌ରେ ଗ୍ୟାସ୍‌ ଲିକ୍‌ ହେବାରୁ ଏପରି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାରେ  ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *