ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: ୧୦ ନିଖୋଜ

Spread the love

ଗୌହାଟୀ: ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡି ୧୦ ଜଣ ନିଖୋଜ। ନିଖୋଜଙ୍କ ମଧ୍ୟରେ ଜଣେ ସରକାରୀ ଅଧିକାରୀ ମଧ୍ୟ ଅଛନ୍ତି। ବୁଡିଯାଇଥିବା ଡଙ୍ଗାରେ ୨୦ ଜଣ ଯାତ୍ରା କରୁଥିଲେ। ନିଖୋଜଙ୍କ ଖୋଜା ଚାଲିଛି।

ସୂଚନା ଅନୁଯାୟୀ, ଘୁବୁରୀ ଜିଲ୍ଲାର ଭାସାନୀ ନଗରସ୍ଥିତ ବ୍ରହ୍ମପୁତ୍ର ନଦୀରେ ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ଧୁବରୀ ରାଜସ୍ବ ଅଧିକାରୀ ସଂଜୁ ଦାସଙ୍କ ସହ ୨୦ ଜଣ ଯାତ୍ରା କରୁଥିଲେ। ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଚାଲିଥିବା ବେଳେ ମଝି ନଈରେ ଡଙ୍ଗା ବୁଡିଯାଇଥିଲା।  ଡଙ୍ଗା ବୁଡି ଘଟଣା ପରେ ସ୍ଥାନୀୟ ପ୍ରଶାସନ ୨୦ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ୧୦ ଜଣଙ୍କର କୌଣସି ପତ୍ତା ନାହିଁ।

ନିଖୋଜଙ୍କ ଭିତରେ ରହିଛନ୍ତି ରାଜସ୍ବ ଅଧିକାରୀ ସଂଜୁ ଦାସ। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜଙ୍କୁ ଖୋଜା ଚାଲିଛି। ଦୁର୍ଘଟଣାର ଶିକାର ହୋଇଥିବା ଡଙ୍ଗାଟି ଦେଶୀ ଡଙ୍ଗା ଥିଲା। ଏସଡିଆରଏଫ, ଏନଡିଆରଏଫ, ପୁଲିସ ନିଖୋଜଙ୍କୁ ଖୋଜୁଛନ୍ତି।

Leave a Reply

Your email address will not be published. Required fields are marked *