ପୋଖରୀକୁ ଖସିଲା ବସ୍, ୧୭ ଜଣଙ୍କର ଘଟିଛି ଇକାଳ ମୃତ୍ୟୁ

Spread the love

ଢାକା: ବାଂଲାଦେଶ ଝାଲାକାଠୀ ଜିଲ୍ଲାର ଏକ ପୋଖରୀରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଝାଲାକାଠୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳ ପ୍ରାୟ ୯:୫୫ ବେଳେ ଝାଲାକାଠୀ -ପିରୋଜପୁର ଆଞ୍ଚଳିକ ରୋଡରେ ଏକ ଅଟୋ ରିକ୍ସା ପାର୍ଶ୍ୱରେ ଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।​|

ଝାଲାକାଠୀ ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ନାସିର ଉଦ୍ଦିନ କହିଛନ୍ତି ଯେ, ଏହି ବସଟି ପିରୋଜପୁରର ଭଣ୍ଡାରିଆ ଉପ-ଜିଲ୍ଲା ରୁ ବରିଶାଲ ଯାଉଥିଲା। ଏକ ଅଟୋ ରିକ୍ସା ପାର୍ଶ୍ୱରେ ଯାଉଥିବାବେଳେ ଡ୍ରାଇଭ ନିୟନ୍ତ୍ରଣ ହରାଇ ବସ୍ ଟି ସ୍ଥାନୀୟ ୟୁନିୟନ ପରିଷଦ କାର୍ଯ୍ୟାଳୟ ନିକଟ ପୋଖରୀରେ ଖସି ପଡିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୩୫- ୪୦ ଯାତ୍ରୀ କ୍ଷମତା ବିଶିଷ୍ଟ ଏହି ବସ୍ ‘ବାଶର ସ୍ମୃତି ପରିବହନର  । ଏଥିରେ ପ୍ରାୟ ୬୦ ରୁ ୭୦ ଯାତ୍ରୀ ବସିଥିଲେ ।

ଝାଲାକାଠୀ ସଦର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ନାସିର ଉଦ୍ଦିନ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ଚିହ୍ନଟ କରାଯାଥିବା ମୃତକଙ୍କ ମଧ୍ୟରେ 10 ଜଣ ମହିଳା ଏବଂ ସାତଜଣ ନାବାଳକ ଅଛନ୍ତି ।

Leave a Reply

Your email address will not be published. Required fields are marked *