ଇ-ରିକ୍ସା ଚାର୍ଜିଂ ବେଳେ ଘରେ ଲାଗିଲା ନିଆଁ। ଆଉ ଶ୍ୱାସରୁଦ୍ଧ ହୋଇ ଘରର ୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ଶାହଦରା ଅଞ୍ଚଳରେ ରବିବାର ରାତିରେ ଏଭଳି ଘଟଣା ଘଟିଛି। ରବିବାର ରାତିରେ ଘରର ଗ୍ରାଉଣ୍ଡ ଫ୍ଲୋରରେ ଇ-ରିକ୍ସା ଚାର୍ଜିଂ ବେଳେ ନିଆଁ ଲାଗିଯାଇଥିଲା। ନିଆଁରୁ ପୁରା ଘର ଧୂଆଁମୟ ହୋଇଯାଇଥିଲା। ପାଖ ଘରେ ଶୋଇଥିଲେ ଏକ ପରିବାର। ନିଆଁର ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ ୨ ପିଲାଙ୍କ ସମେତ ୬ ଲୋକ। ଏଥିରେ ୩୦ ବର୍ଷୀୟ ସନିର ଦେହରେ ନିଆଁ ଲାଗି ୧୦ ପ୍ରତିଶତ ପୋଡ଼ିଯାଇଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି। ସମସ୍ତ ଅସୁସ୍ଥଙ୍କୁ ଜିଟିବି ହସ୍ପିଟାଲକୁ ରେଫର୍ କରିଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now