ଭୋପାଳର ସତପୁଡା ଭବନରେ ନିଆଁ : ଅଧିକାରୀ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ସ୍ଥିତିର ସମୀକ୍ଷା

Spread the love

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସତପୁଡା ଭବନରେ ସୋମବାର ଅପରାହ୍ନ ୪ଟାରେ ଲାଗିଥିବା ନିଆଁ ମଙ୍ଗଳବାର ସକାଳ ୯ଟା ୨୫ ରେ ପୁଣି ଥରେ ତେଜି ଉଠିଥିଲା । ଷଷ୍ଠ ମହଲାର ଏସି ଡକ୍ ରୁ ନିଆଁ ଲାଗିବା ସହ ଧୂଆଁ ଉଠିବାକୁ ଲାଗିଥିଲା । ଏହା ପୂର୍ବରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ନିଆଁକୁ କାବୁ କରାଯାଇ ପାରିଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୂର୍ବାହ୍ନ ୧୦ଟାରେ ଅଧିକାରୀ ମାନଙ୍କ ସହିତ ଏନେଇ ବୈଠକ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଅଧିକାରୀ ମାନଙ୍କ ଟିମ୍ ମଙ୍ଗଳବାର ସକାଳେ ସତପୁଡ଼ା ଭବନରେ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିଲେ ।

ଯାଞ୍ଚ୍ ଟିମ୍ ର ସଦସ୍ୟ ଏସିଏସ ହୋମ ରାଜେଶ ରାଜୌରା କହିଛନ୍ତି ଯେ, ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି । ଅଧିକାରୀ ମାନେ କହିଛନ୍ତି ଯେ, ନିଆଁ ଲାଗିବାର କାରଣ କ’ଣ ହୋଇପାରେ ଏବେ ତରବରିଆ ଭାବେ ସେ ସମ୍ପର୍କରେ କିଛି କହିବା ଠିକ୍ ହେବ ନାହିଁ । ତଦନ୍ତ ପରେ ଏହା ସ୍ପଷ୍ଟ ହେବ । କୋଠାର ସମସ୍ତ ମହଲାରେ ନିଆଁକୁ କାବୁ କରାଯାଇଛି । ଷଷ୍ଠ ମହଲାରୁ ଧୂଆଁ ବାହାରୁଛି । ଆମେ ଅପରାହ୍ନ ୧ଟା ଠାରୁ ତଦନ୍ତ ଆରମ୍ଭ କର

Leave a Reply

Your email address will not be published. Required fields are marked *