ହସ୍ପିଟାଲରେ ନିଆଁ: ଜଳିଗଲେ ୧୦

Spread the love

ଭୋପାଲ: ମଧ୍ୟପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଜବଲପୁର ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ସୋମବାର ଦିନ ନିଆଁ ଲାଗିଯାଇଥିଲା। ହସ୍ପିଟାଲର ମୁଖ୍ୟଦ୍ବାର ନିକଟରେ ନିଆଁ ଲାଗିବାରୁ ସେଠାରେ ଥିବା ବହୁ ରୋଗୀ ଗୁରୁତର ଭାବେ ପୋଡି ଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନଙ୍କ ଚିହ୍ନଟ ସମ୍ଭବ ହୋଇପାରି ନାହିଁ।

ଜବଲପୁରର ନ୍ୟୁ ଲାଇଫ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଲାଗିଯାଇଥିଲା ନିଆଁ। ଏହି ନିଆଁରେ ବହୁ ରୋଗୀ ଗୁରୁତର ଭାବେ ପୋଡି ଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମ୍ପୂର୍ଣ୍ଣ ପୋଡିଯାଇଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇପାରୁ ନାହିଁ। ଜବଲପୁରର ଗେହାଲପୁର ଥାନା ଅଧୀନରେ ଥିବା ନ୍ୟୁ ଲାଇଫ ହସ୍ପିଟାଲର ଆଇସିୟୁରେ ସୋମବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ସଙ୍ଗେସଙ୍ଗେ  ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି କି, ମୃତକଙ୍କ ମଧ୍ୟରେ ୩ ଜଣ ହସ୍ପିଟାଲ କର୍ମଚାରୀ ରହିଛନ୍ତି। ସର୍ଟ ସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *