ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାରି ମୃତ ତିନି ଆହତ  

ଆଜି ମହାରାଷ୍ଟ୍ରର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଆହତ ହୋଇଥିବ ସୂଚନା ମିଳିଛି ।  

ସୂଚନାନୂଯାୟୀ, ଆଜି ଅପରାହ୍ନରେ ମୁମ୍ବାଇ ପୁଣେ ଏକ୍ସପ୍ରେସୱେରେ ଖଣ୍ଡାଲା ଘାଟ ନିକଟ ଲୋନାବଲା ଅଞ୍ଚଳରେ ଏକ ବ୍ରିଜ ଉପରେ ଏକ ତେଲ ଟ୍ୟାଙ୍କର ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିଲା, ଯାହା ଫଳରେ ସେହି ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାଟି ଏକ ବ୍ରିଜ ଉପରେ ଘଟିଥିବା ହେତୁ ବ୍ରିଜ ତଳେ ଯାତାୟତ କରୁଥିବା ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଟ୍ୟାଙ୍କରରେ ତେଲ ଥିବାହେତୁ ଦୁର୍ଘଟଣା ପରେ ଟ୍ୟାଙ୍କରରୁ ତେଲ ଲିକ୍ କରି ନିଆଁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତାହତଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇଛନ୍ତି ।

ତେବେ ଏହି ଦୁର୍ଘଟଣା ଯେଗୁଁ ରାସ୍ତାର ଗୋଟିଏ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିବା ହେତୁ ବହୁତ ଲମ୍ବା ଟ୍ରାଫିକ ଜାମ୍ ଲାଗିରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *