ଗୁଜରାଟର ପାଓ୍ୱାଗଡ଼ ମହାକାଳୀ ଶକ୍ତିପୀଠରେ କାର୍ଗୋ ରୋପ ୱେ ଛିଡ଼ିଯିବାରୁ ୬ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ୨ ଜଣ ଲିଫ୍ଟ ଅପରେଟର ଓ ମଜଦୁର ଅଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ରେସକ୍ୟୁ ଅପରେସନ ଜାରି ରହିଛି। ରୋପଓ୍ୱେର ତାର ଛିଣ୍ଡିବାରୁ ବହୁ ଉଚ୍ଚରୁ ଟ୍ରଲି ତଳେ ଆସି ପଡ଼ିଥିଲା। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଓ୍ୱାଗଡ଼ରେ ମହାକାଳୀ ମନ୍ଦିରକୁ ଯିବାକୁ ଦୁଇଟି ରୋପଓ୍ୱେ ତିଆରି ହୋଇଛି। ଗୋଟିଏ ଶ୍ରଦ୍ଧାଳୁଙ୍କୁ ନେବା ଆଣିବା ପାଇଁ ତ ଅନ୍ୟଟି କେବଳ ସାମଗ୍ରୀ ଓ ନିର୍ମାଣ ସାମଗ୍ରୀ ନେବାକୁ ବ୍ୟବହାର ହୁଏ। ଆଉ ଅଘଟଣ ସାମଗ୍ରୀ ପରିବହନ ରୋପଓ୍ୱେରେ ଘଟିଛି। ପାଓ୍ୱାଗଡ଼ରେ ଏହା ପୂର୍ବରୁ ଅଗଷ୍ଟ ୨୫, ୨୦୨୩ରେ ବଡ଼ ଅଘଟଣ ଟଳିଥିଲା। ସେ ସମୟରେ ମହାକାଳି ମନ୍ଦିର ପର୍ଯ୍ୟନ୍ତ ଯିବାକୁ ରୋପଓ୍ୱେ ପିଲାର ନମ୍ୱର ୪ର କେବୁଲ ମଝିରୁ ଭାଙ୍ଗିଯାଇଥିଲା। ଏଥିରେ ୧୦ରୁ ଅଧିକ ଯାତ୍ରୀ ଝୁଲି ରହିଥିଲେ। କିନ୍ତୁ ସୌଭାଗ୍ୟର କଥା, ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସମୁଦ୍ରପୃଷ୍ଠରୁ ପ୍ରାୟ ୮ଶହ ମିଟର ଉଚ୍ଚରେ ଏହି ମନ୍ଦିର ପାଓ୍ୱାଗଡ଼ ପାହାଡ଼ରେ ରହିଛି।ଅପରାହ୍ନ ସାଢ଼େ ୩ଟା ଏହି ଦୁର୍ଘଟଣା ଘଟିଥିଲା। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁ ମନ୍ଦିରକୁ ଯିବାକୁ ୨ହଜାର ପାହାଚ ଅତିକ୍ରମ କରି ଯାଆନ୍ତି ନଚେତ ରୋପଓ୍ୱେରେ ଯାଇଥାଆନ୍ତି। ତେବେ ପାଗ ଖରାପ ଲାଗ ଆଜି ସକାଳୁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ରୋପଓ୍ୱେ ବନ୍ଦ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now