ଝାଡ଼ଖଣ୍ଡ ଦେଓଘରରେ ବସ୍- ଟ୍ରକ୍ ଧକ୍କା: ୧୮ କାଉଡ଼ିଆ ମୃତ!

ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା। କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ବସ୍ ସହ ଟ୍ରକର ଧକ୍କାରୁ ୧୮ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଭୋର ପ୍ରାୟ ସାଢେ ୪ଟାର ଘଟଣା। ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ ସହ କାଉଡ଼ିଆଙ୍କୁ ନେଇ ଯାଉଥିବା ବସ୍‌ର ଧକ୍କା ହୋଇଥିଲା। ଜାମୁନିଆ ଜଙ୍ଗଲ ପାଖରେ ୩୨ ସିଟ୍ ବିଶିଷ୍ଟ ବସର ଭୟଙ୍କର ଦୁର୍ଘଟଣା ହୋଇଥିଲା। ପ୍ରଶାସନ ପୁଷ୍ଟି କରିଛି ଯେ, ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀ ଦେଓଘରରେ ଶ୍ରାବଣ ମାସରେ ୧୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଆହତ ହୋଇଛନ୍ତି। ବସରେ ୪୦ ଯାତ୍ରୀ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭରଙ୍କ ଶବ ସିଟ୍ ସହ ରାସ୍ତା କଡ଼ରେ ପଡ଼ିଥିଲା। ପ୍ରାୟ ଶହେ ମିଟର ବିନା ଡ୍ରାଇଭରରେ ବସ୍ ଗଡ଼ିଥିଲା। ସମସ୍ତ ମୃତକଙ୍କ ଘର ଗୟାଜିରେ। ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଘଟଣାରେ ଦୁଃଖବ୍ୟକ୍ତ କରିଛନ୍ତି। ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବସଟି କାଉଡ଼ିଆଙ୍କୁ ନେଇ ଦେଓଘରରୁ ବାସୁକିନାଥ ଯାଉଥିଲା। ଦେଓଘରରୁ ୧୮ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସର କହିବା କଥା, ଡ୍ରାଇଭରଙ୍କ ଆଖି ଲାଖିଯାଇଥିଲା। ନିୟନ୍ତ୍ରଣ ହରାଇ ଗାଡ଼ି ଟ୍ରକକୁ ଧକ୍କା ଦେଇଥିଲା। ଆଉ ଧକ୍କା ଦେବା ପରେ ଇଟା ଗଦା ଉପରେ ଚଢ଼ି ଓଲଟିଯାଇଥିଲା। ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା। ଘଟଣାସ୍ଥଳରେ ୩ ମହିଳା କାଉଡ଼ିଆଙ୍କ ମୃତ୍ୟୁ ହୋଇଯାଇଥିଲା। କାଉଡ଼ିଆଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାକୁ ନେଇ ସବୁଠି ଦୁଃଖର ଲହରୀ ଖେଳିଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *