କଲମ୍ବିଆରେ ଭୂସ୍ଖଳନ: ୩ ମୃତ, ୨୦ ନିଖୋଜ

Spread the love

ନୂଆଦିଲ୍ଲୀ: କଲମ୍ବିଆରେ ଭୂସ୍ଖଳନ। ଏହି ଭୂସ୍ଖଳନରେ ଏକ ସଡକ ସମ୍ପୂର୍ଣ୍ଣରୂପେ ପ୍ରଭାବିତ ହୋଇଛି ଓ  ୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ଜଣ ଏବେ ମଧ୍ୟ ମାଡି ଅତଡା ତଳେ ଫସି ରହିଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

କଲମ୍ବିଆ ଅଧିକାରୀଙ୍କ ସୂଚନା ମୁତାବକ, ଭୂସ୍ଖଳନ ହେବାରୁ ମାଟି ଅତଡା ତଳେ ଏକ ବସ ଓ ମୋଟର ସାଇକେଲ ଚାଳକ ଚାପି ହୋଇଯାଇଛନ୍ତି। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ନିଖୋଜ ହୋଇଯାଇଛନ୍ତି। ସେଠାରେ ସିଭିଲ ଡିଫେନ୍ସ, ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଚଳିତ ବର୍ଷ କଲମ୍ବୋରେ ଭିଷଣ ବର୍ଷା ହୋଇଥିଲା। ଚଳିତ ବର୍ଷା ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଦେଇଥିବା ବେଳେ ବିଭିନ୍ନ ଘଟଣାକ୍ରମରେ ୨୭୦ ଜଣଙ୍କ ମୃତ୍ୟୁ ହୋଇଛି।  

Leave a Reply

Your email address will not be published. Required fields are marked *